Pratidin TV

Odisha's Digital News Platform

ପୁତୁରାକୁ ବାଧ୍ୟ କଲେନି ନବୀନ , ଉତ୍ତରାଧିକାରୀ ନହୋଇ ଦିଲ୍ଲୀ ଫେରିଯିବେ ଅରୁଣ ପଟ୍ଟନାୟକ ।

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ଦଳର ନେତୃତ୍ୱ ନେବା ପାଇଁ ଓଡ଼ିଶା ଆସିଛନ୍ତି ବୋଲି ଖବର ମିଳିଛି । ତାଙ୍କୁ ପାଣ୍ଡିଆନ୍ ଯାଇ ଫେରାଇ ଆଣିଥିବା ଚର୍ଚ୍ଚା ଜୋର ଧରିଛି । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଏଣ୍ଟ୍ରି ରାଜନୀତି ଉଷ୍ମ କରିଦେଇଛି ।

ନବୀନଙ୍କ ର୍ଦୁବଳ ରଥର ସେ ସାରଥୀ ସାଜି ଆଗକୁ ଲଢେଇ କରିବେ ବୋଲି ଜନ ସାଧାରଣରେ ଶୁଣିବାକୁ ମିଳୁଛି । ଯେଉଁଠି ଏଇ କିଛିଦିନ ଭିତରେ ନବୀନଙ୍କ ଉତ୍ତରାଧିକାରୀ କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଅରୁଣ ପଟ୍ଟନାୟକଙ୍କ ଓଡିଶା ଆସିବା ରାଜନୀତିର ସବୁ ବାଜିକୁ ବଦଳାଇଦେଇଛି । ହାରିଥିବା ବିଜୁ ଜନତା ଦଳକୁ ଏକ ପ୍ରକାର ବାଘର ବଳ ଯେମିତି ମିଳିଯାଇଛିା କିନ୍ତୁ କଣ ନିଜ ଦାଦା ନବୀନଙ୍କ ପାଇଁ ବିଦେଶରେ ନିଜ ବିଜନେସ୍ ଛାଡି ଓଡିଶା ରାଜନୀତି ଆଉ ଲୋକଙ୍କ ସେବାରେ ଯୋଗ ଦେବେ ଅରୁଣ ? ଏମିତି ଅନେକ ପ୍ରଶ୍ନ ଭିତରେ ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *