Pratidin TV

Odisha's Digital News Platform

ନବୀନ ନିବାସରେ ‘ଦମନ’ ଟିମ୍ , ସାମାଜିକ ସଚେତନତା ଚଳଚିତ୍ର ନିର୍ମାଣ ଉପରେ ନବୀନ ଦେଲେ ଗୁରୁତ୍ୱ ।

ଭୁବନେଶ୍ୱର ; ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।

ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଦମନ ଚଳଚିତ୍ରର ମୁଖ୍ୟ କଳାକାର ଶ୍ରୀ ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ ।

Leave a Reply

Your email address will not be published. Required fields are marked *