ମୋଦିଙ୍କ ଧ୍ୟାନ କୁ ନବୀନ ବହିରେ ଦେଲେ ଜୋରଦାର କାଉଣ୍ଟର
1 min readପୁଣି ମୋଦିଙ୍କୁ କାଉଣ୍ଟର ଦେଇଛନ୍ତି ନବୀନ ପଟ୍ଟନାୟକ | ଗୋଟିଏ ପଟେ ମୋଦି କନ୍ୟାକୁମାରୀରେ ଧ୍ୟାନ ମୁଦ୍ରାରେ ବସିରହିଛନ୍ତି ୪୫ ଘଣ୍ଟା | ଅନ୍ୟପଟେ ନବୀନ ପଟ୍ଟନାୟକ ଏକ ବହି ଦୋକାନ ଯାଇ କିଣିଛନ୍ତି ବହି |
ତେବେ ନବୀନ ପଟ୍ଟନାୟକ ବହି କିଣି ଗଣମାଧ୍ୟମ ସାମ୍ନାରେ କହିଥିଲେ, ନିର୍ବାଚନୀ ପ୍ରଚାର ସରିଯାଇଛି ଏବଂ ନିଜକୁ ବିଶ୍ରାମ ଦେବା ପାଇଁ ସେ ବହି କିଣିଛନ୍ତି | ତେବେ କୁହାଯାଏ, ଜ୍ଞାନୀ ପୁରୁଷର ଏକମାତ୍ର ସୂତ୍ର ହେଉଛି ବହି | ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅର୍ଥାତ ମେ ୩୧ ତାରିଖ ଠାରୁ ଆଜି ସନ୍ଧ୍ୟା ଅର୍ଥାତ ଜୁନ ୧ ସନ୍ଧ୍ୟାରେ ଧ୍ୟାନର ଅବଧି ସରିବ | ତେବେ ଏହାପୂର୍ବରୁ ମଧ୍ୟ କୋଡ଼ ଅଫ କଣ୍ଡକ୍ଟ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ |
ଗୋଟିଏ ପଟେନରେନ୍ଦ୍ର ମୋଦି ଧ୍ୟାନରେ ବସିଥିବା ବେଳେ ଅନ୍ୟପଟେ ନବୀନ ପଟ୍ଟନାୟକ ଧ୍ୟାନ ନୁହେଁ ବରଂ ବହିକୁ ନିଜର ଜ୍ଞାନ ଓ ଧ୍ୟାନର ମାଧ୍ୟମ ବାଣ୍ଟିଛନ୍ତି | ତେବେ ନବୀନଙ୍କର ଏହି ମାଷ୍ଟର ଷ୍ଟ୍ରୋକ କହିଦେଉଛି ସେ କିଭଳି ଭାବେ କାଉଣ୍ଟର ଦେଇଛନ୍ତି ମୋଦିଙ୍କୁ |