Pratidin TV

Odisha's Digital News Platform

ରାଜ୍ୟ ସରକାରଙ୍କୁ ଘେରିବାକୁ ନବୀନଙ୍କ ମାଷ୍ଟର ପ୍ଲାନ , ବିଭାଗ ଉପରେ ନଜର ରଖିବାକୁ ବିଜେଡି ବିଧାୟକଙ୍କୁ ବାଣ୍ଟିଲେ ଦାୟିତ୍ୱ..

1 min read

ରାଜ୍ୟରେ ବିରୋଧୀ ଦଳର ଦାୟିତ୍ୱ ତୁଲାଇବ ବିଜେଡି । ସେଥିପାଇଁ ଶାସକ ଦଳ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ନବୀନ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି।

ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ବିଧାୟକମାନଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବାକୁ ଦାୟିତ୍ୱ ଦେଇଛନ୍ତି। ଏଥିମଧ୍ୟରୁ ବରିଷ୍ଠ ରାଜା ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ଏବଂ ମନୋହର ରନ୍ଧାରୀଙ୍କୁ ଏସସି ଏବଂ ଏସଟି ବିଭାଗ ଦାୟିତ୍ୱ ମିଳିଛି। ସନାତନ ମହାକୁଡ଼ଙ୍କୁ କୃଷି ଏବଂ ଚାଷୀ ସଶକ୍ତିକରଣ, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଧ୍ରୁବ ଚରଣ ସାହୁଙ୍କୁ ପର୍ଯ୍ୟଟନ ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି, ସୁଶାନ୍ତ କୁମାର ରାଉତଙ୍କୁ ଖେଳ ଏବଂ ଯୁବ ବ୍ୟାପାର ଭଳି ଦାୟିତ୍ୱ ବଣ୍ଟନ କରିଛନ୍ତି ନବୀନ ।

Advertisement

Leave a Reply

Your email address will not be published. Required fields are marked *