Pratidin TV

Odisha's Digital News Platform

ଏଥର ଯୋଡ଼ି ଶଙ୍ଖର ଆହ୍ଵାନ ଦେଲେ ନବୀନ ଓ ପାଣ୍ଡିଆନ..

1 min read

ଆସନ୍ତାକାଲିଠୁ ପ୍ରଚାରକୁ ଓହ୍ଲାଇବେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ନବୀନ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଯୋଡି ଶଙ୍ଖ ଦେଖାଇଛନ୍ତି ନବୀନ। ଏହାର ଅର୍ଥ ଗୋଟିଏ ଏମଏଲଏ ପାଇଁ ଆଉ ଗୋଟିଏ ଏମପି ପାଇଁ। ଯୋଡି ଶଙ୍ଖରେ ଭୋଟ ଦେଇ ବିଜେଡି ପ୍ରାର୍ଥୀ ବିଜୟୀ କରିବାକୁ ଅପିଲ କରିଛନ୍ତି ସୁପ୍ରିମୋ। ସେହିପରି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଯୋଡି ଶଙ୍ଖ ଦେଖାଇ ଜନତାଙ୍କ ଭୋଟ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଆସନ୍ତା ୨୪ରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହେଉଥିବାରୁ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଉଦବୋଧନ କରିଛନ୍ତି।

ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା 5T ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।

Advertisement

Leave a Reply

Your email address will not be published. Required fields are marked *