Pratidin TV

Odisha's Digital News Platform

ନବୀନ ଓ ମୋହନ ଦୁହେଁ ଦେଖାଇଲେ ହକି ଟିମ୍ ପାଇଁ ଭଲପାଇବା

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ପୁରୁଷ ହକି ଦଳକୁ ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଦଳର ସଫଳତା ପାଇଁ ରାଜ୍ୟ ତଥା ଦେଶ ଗର୍ବିତ ବୋଲି ନବୀନ ଫୋନରେ କଥା ହେବା ବେଳେ କହିଛନ୍ତି। ବିଜେଡି ସରକାର ଥିବା ବେଳେ ଭାରତୀୟ ହକି ଖେଳକୁ ସ୍ପନସର କରିଥିବାରୁ ହକି ଦଳର ଖେଳାଳୀମାନେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ନବୀନ ଭିଡ଼ିଓ କଲରେ କଥା ହୋଇ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ। ହକିର ଆନନ୍ଦମୟ ଦିନ ଗୁଡିକ ଫେରି ଆସୁ। ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ। ହକି ପ୍ରତି ନବୀନ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିଥିଲେ ସମସ୍ତ ଖେଳାଳି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଫୋନ କଲ କରି ଶୁଭେଚ୍ଛା ଜଣାଇଛନ୍ତି | ଏହାସହ ସେ ଅମିତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ଓଡିଶା ପାଇଁ ଓ ଭ୍ରାତ ପାଇଁ ଗୌରବ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହାସହ ଖେଳାଳିଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାଥନା ଜଣାଇବା ବୋଲି କହିଛନ୍ତି | ଶେଷରେ ଖେଳାଳି ଏବଂ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ କହି ଫୋନ ରଖିଥିଲେ |

Leave a Reply

Your email address will not be published. Required fields are marked *