Pratidin TV

Odisha's Digital News Platform

ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

1 min read

ଲଗାତାର ଭାବେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି | ଦେଶ ବିଦେଶରୁ ଆସିଛି ନେତା ମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା | ତେବେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି | ଏହା ସହ ଓଡ଼ିଆର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି |

ନିଜ ସୋସିଆଲ ମିଡ଼ିଆରେ ନବୀନ ପଟ୍ଟନାୟକ ଲେଖିଛନ୍ତି, ଅଭିନନ୍ଦନ ଶ୍ରୀ ନରେନ୍ଦ୍ର ମୋଦି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା | ଆମର ପ୍ରିୟ ଦେଶ ଆପଣଙ୍କ ନେତୃତ୍ୱରେ ବିକାଶର ନୂତନ ଉଚ୍ଚତାରେ ପହଞ୍ଚନ୍ତୁ |

ତେବେ କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ଓଡିଶା ୩ ଜଣ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅଶ୍ୱନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ |

Leave a Reply

Your email address will not be published. Required fields are marked *