Pratidin TV

Odisha's Digital News Platform

ନୂଆ ଲଢେ଼ଇ ପାଇଁ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ବିଧାୟକ । ଆଜି ଅପରାହ୍ନରେ ନବୀନ ନିବସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବନିର୍ବାଚିତ ବିଧାୟକ। ପୁଣି ଜନସେବା କରିବାକୁ ସୁଯୋଗ ଦେଇଥିବାରୁ ସମସ୍ତେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ସେହି ବୈଠକରେ ଦେଇଥିଲେ ଗୁରୁମନ୍ତ୍ର | ସେଠାରେ ସେ କହିଥିଲେ,ଓଡ଼ିଶାର ୭0 ପ୍ରତିଶତ ଗରିବ ଲୋକଙ୍କର ଭାଗ୍ୟ ରେଖାକୁ ଆମେ ୧0 ପ୍ରତିଶତକୁ ଖସାଇ ଆଣିଛୁ | ଓଡିଶା ଲୋକଙ୍କ ପାଇଁ କରାଯାଇଥିବା ଏହାର କାର୍ଯ୍ୟ, ବିକାଶ ସବୁ ହୋଇଛି ଏବଂ ଆଗକୁ ଆହୁରି କରିବା ବାକି ରହିଛି | ନବୀନ ନିବାସରେ ଦେଇଥିଲେ ସେ ଏପରି ପ୍ରତିକ୍ରିୟା | ଏହା ସହ ସମସ୍ତ ବିଧାୟକଙ୍କୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରିବା ନେଇ ନବୀନ ପଟ୍ଟନାୟକ କହିଛନ୍ତି |

Advertisement

ତେବେ ଏହିସବୁରେ ନବୀନଙ୍କୁ ଦେଖା ଯାଇଥିଲା | ହେଲେ ସେ ସ୍ଥାନରେ ନଥିଲେ ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ | ତେବେ ନବୀନ ନିବାସରେ ସେ ବିଧ୍ୟାୟଙ୍କ ମନରେ ଏକ ଉର୍ଜା ଭରିଦେଇଛନ୍ତି ଯାହା ଆଗାମୀ ଦିନରେ ଏକ ପ୍ରମୁଖ ବିରୋଧୀ ଦଳରେ ଗଢି ତୋଳିବ | ଏହାସହ ଜନସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *