Pratidin TV

Odisha's Digital News Platform

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

1 min read

ନବୀନ ନିବାସରେ ବିଜେପି କର୍ମୀ | ବର୍ତ୍ତମାନ ପର୍ଯ୍ୟନ୍ତ ନୂଆ ସରକାର ଗଢିବାକୁ ଯାଉଥିବା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହା କୌଣସି ନାଁ ଘୋଷଣା ହୋଇନଥିବା ବେଳେ ଏବେ ନବୀନ ନିବାସରେ ପହଁଞ୍ଚିଛନ୍ତି ବିଜେପିର ସଭାପତି ମନମୋହନ ସାମଲ ଏବଂ ସୁରେଶ ପୂଜାରୀଙ୍କ ସହା ଅନ୍ୟ ବିଜେପି କର୍ମୀ |

ସମୟ ଗଡୁଥିବା ବେଳେ ସସପେନ୍ସ ମଧ୍ୟ ବଢୁଛି ଏହି ମୁଖ୍ୟମନ୍ତ୍ରୀ ଆସନ ପାଇଁ | ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରେ ଜଣେ ବସିବେ ତୁଙ୍ଗ ନେତା |ତେବେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ର ନବୀନ ପଟନାୟକ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ଯାଇଛନ୍ତି ବିଜେପି କର୍ମୀ ଦଳ |

Advertisement

ତେବେ ଦିନ ଗଡ଼ିବା ସହ ଲମ୍ବି ଚାଲିଛି ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ତାଲିକା | ପ୍ରଥମେ ଆଶାୟୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି | ତେବେ ବର୍ତ୍ତମାନ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଵରରାଜନଗରର ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ, ରବି ନାୟକ, ଭଳି ନାଁ ଆଶାୟୀ ଭାବେ ଖୁବ ଚର୍ଚ୍ଚା ହେଉଛି |

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା ମଧ୍ୟ କରଯାଇଛି | ଦିନ ୨ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଗାଡି ଚଳଚଳ ଉପରେ ରହିବ କଟକଣା | ଏହି ସମୟରେ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡି ଚଳାଚଳ ବାରଣ କରାଯାଇଛି | ଶପଥ ଗ୍ରହଣ ସମାରୋହ ପାଇଁ ଜଣେ ଆଇଜି ଏବଂ ୨ ଡ଼ିଜିଙ୍କୁ ଦାୟିତ୍ୱ ଦିଆଯାଇଛି |

Leave a Reply

Your email address will not be published. Required fields are marked *