Pratidin TV

Odisha's Digital News Platform

ମୋ ପ୍ରତି ହେଉଥିବା ଏଇ ଅସମ୍ମାନର ଉଚିତ ଜବାବ ଓଡ଼ିଶାବାସୀ ଦେବେ: ମୁଖ୍ୟମନ୍ତ୍ରୀ

1 min read

ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭିଡିଓରେ ସେ ବିରୋଧୀ ନେତାଙ୍କ ଅଶାଳୀନ ବ୍ୟବହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟନାୟକ କହିଛନ୍ତି, ‘ ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ଜିଜ ପରିବାର ଭାବି ସେବା କରିଆସୁଛି ।

ସୁଖଦୁଖରେ ମୁଁ ସବୁବେଳେ ଆପଣଙ୍କ ସହ ଅଛି । କୋଭିଡ ମୁକାବିଲା ହେଉ କି ବନା, ବାତ୍ୟାହେଉ ସବୁଥିରେ ମୁଁ ସବୁବେଳେ ଆପଣମାନଙ୍କ ସହ ଛିଡା ହୋଇଛି ।ଏବଂ ଶେଷ ଯାଏଁ ଛିଡା ହୋଇଥିବି’ । ଆହୁରି ମଧ୍ୟ କହିଛନ୍ତି, ‘ ଆମର ମିଶନ ଶକ୍ତି ମା’ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ସେହିପରି ଆମର ଯୁବପୀଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଓଡିିଶାକୁ ନମ୍ବର ୱାନ କରିବ । ହେଲେ ଦୁଃଖର କଥା ବାହାର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁଛନ୍ତି କଟୁକଥା କହୁଛନ୍ତି ଅଭଦ୍ର ଭାଷଣ ବ୍ୟବହାର କରୁଛନ୍ତି । ଆପଣ ଭଲଭାବେ ଜାଣିନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କେବେ କଟୁକଥା କହେନାହିଁ । ବିଶେଷ କରି ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏଇ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ସାଥିରେ ରହିଛି ଓ ରହିଥିବ ’ ।

Advertisement

Leave a Reply

Your email address will not be published. Required fields are marked *