Pratidin TV

Odisha's Digital News Platform

ବାଲେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର , କହିଲେ ପ୍ରତାପ ଷଡ଼ଙ୍ଗୀ କିଛି କାମ କରି ନାହାନ୍ତି…

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଗତକାଲି ପ୍ରଚାରର ଶେଷ ଦିନ ଥିଲା। ସେହିପରି ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବାଲେଶ୍ୱରରେ ଲୋକସଭା କ୍ଷେତ୍ରରେ ନବୀନଙ୍କ ଶୋ ହୋଇଛି। ବାଲେଶ୍ବର ରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ଯମନ୍ତ୍ରୀ ।

ତାଙ୍କୁ ଦେଖିବାକୁ, ତାଙ୍କଠାରୁ ଦୁଇ ପଦ କଥା ଶୁଣିବାକୁ ବିଜେଡି କର୍ମୀଙ୍କ ମନରେ ଥିଲା ନାହିଁ ନ ଥିବା ଉତ୍ସାହ । ବାଲେଶ୍ୱରରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେଇଛନ୍ତି। ଏହାପରେ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କିଛି କାମ କରି ନାହାନ୍ତି ବୋଲି ସମାଲୋଚନା କରି କହିଥିଲେ ନବୀନ । ତେଣୁ ଏଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ବାଲେଶ୍ବରରୁ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍ କରିଥିଲେ ମୁଖ୍ଯମନ୍ତ୍ରୀ ।

Leave a Reply

Your email address will not be published. Required fields are marked *