Pratidin TV

Odisha's Digital News Platform

ଶିଳ୍ପାୟନରେ ଆରମ୍ଭ ହେଲା ନୂଆ ଏକ ଅଧ୍ୟାୟ , ଜେଏସଡବ୍ଲୁ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ …

1 min read

ଶିଳ୍ପାୟନରେ ଆରମ୍ଭ ହେଲା ନୂଆ ଏକ ଅଧ୍ୟାୟ । ଦିର୍ଘ ୧୮ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି । ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ଇଣ୍ଟଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ, ବାର୍ଷିକ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ୱ ଜେଟ୍ଟି , ୯ ଶହ ମେଗାୱାଟ ର କାପଟିଭ ପାୱାର ପ୍ଲାଣ୍ଟ, ୧୦ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ତିଆରି କାରଖାନା ର ଭିତ୍ତିପ୍ରସ୍ତର ଶିଳାନ୍ୟାସ ହୋଇଛି । ଏହି ପ୍ରକଳ୍ପ ରେ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବା ସହିତ ପାଖାପାଖି ୩୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ ।


ଏ ନେଇ ଜଗତସିଂହପୁର ଢ଼ିଙ୍କିଆ ଚାରିଦେଶରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଗତ ଦିନର ଅନେକ ଘଟଣା, ଦୁର୍ଘଟଣା କୁ ଭୁଲି ଢ଼ିଙ୍କିଆ ଚାରିଦେଶ ବାସି ଏକତାର ସୂତ୍ରରେ ବାନ୍ଧିହୋଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଛନ୍ତି । ଦୀର୍ଘ ଦିନର ଅପେକ୍ଷା ର ଅନ୍ତ ଘଟିବା ସହିତ ଢ଼ିଙ୍କିଆ ଚାରିଦେଶ ରେ ଜେଏସଡବ୍ଲୁ ପ୍ରକଳ୍ପ ନିର୍ମାଣ ର ସ୍ୱପ୍ନ ସାକାର ହୋଇଛି । ଦିନ ଥିଲା ସ୍ଥାନୀୟ ଅଞ୍ଚଳବାସି ଧାନ, ପାନ, ମୀନ କୁ ନେଇ ଗର୍ବ କରୁଥିବା ବେଳେ ଏବେ ସମୟ ବଦଳିଛି,ପରିବେଶ ସନ୍ତୁଳନ ବିଗିଡ଼ିବା ସହିତ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେଥିପାଇଁ ନିଜରପୈତୃକ ସମ୍ପତ୍ତି କମ୍ପାନୀ କୁ ଦେବାପରେ ପ୍ରକଳ୍ପ ନିର୍ମାଣ କୁ ସ୍ୱାଗତ କରିବା ସହିତ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ପାଇବେ ଏବଂ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ ହେବେ ସ୍ଥାନୀୟ ଢିଙ୍କିଆ ଚାରିଦେଶ ।

Advertisement

ଯାହାକୁ ନେଇ ଢ଼ିଙ୍କିଆ ଚାରିଦେଶବାସି ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି । ଆଜିର ଏହି ଉଦଘାଟନ ଉତ୍ସବ ରେ ଜେଏସଡବ୍ଲ୍ୟୁ ଗୃପର ଅଧକ୍ଷ ସଜ୍ଜନ ଜିନ୍ଦଲ, ୫ଟି ଅଧକ୍ଷ ଭି କେ ପାଣ୍ଡିଆନ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ତଥା ସରକାରୀଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ତିର୍ତୋଲ ବିଧାୟକ ବିଜୟ ଶଂକର ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଉପହାର ବନ୍ଦର ନଗରୀର ଶୋଭା ଆହୁରି ବୃଦ୍ଧି ପାଇବ । ଓଡିଶାର ବିକାଶ ସାରା ବିଶ୍ୱରେ ପରିଚିତ କରାଇବ ବନ୍ଦରନଗରୀ ।

Leave a Reply

Your email address will not be published. Required fields are marked *