Pratidin TV

Odisha's Digital News Platform

ମଝି ଆକାଶରେ ନବୀନ ଦେଲେ ଉଚିତ୍ ଜବାବ , କହିଲେ ଦିନରେ ସ୍ୱପ୍ନ ଦେଖୁଛି ବିଜେପି ..

1 min read

ଏଥର ଓଡିଶାରେ ସରକାର ଗଢିବ ବିଜେପି । ବିଜେପିର ଏପରି ଦୃଢୋକ୍ତି ପରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମଝି ଆଖାଶରେ ବିଜେପକୁ ଦେଇଛନ୍ତି ଉଚିତ୍ ଜବାବ । ସୂଚନାନୁଯାୟୀ ଭବାନୀପାଟଣାରୁ ନୂଆପଡା ଯିବା ସମୟରେ ବିମାନ ମଧ୍ୟରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ କି ‘ ସାରେ ବିଜେପି କହୁଛି, ଏଥର ସେମାନେ ରାଜ୍ୟରେ ସରକାର ଗଠନ କରିବେ’ ।

ପାଣ୍ଡିଆନ୍‌ଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ‘ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ୱପ୍ନ ଦେଖୁଛି’ । ତେବେ ଏହି ଭିଡିଓକୁ ପାଣ୍ଡିଆନ ନିଜ ସୋଶିଆଲ ମିଡିଆରେ ସେୟାର କରିଥିଲେ । ସେୟାର ହେବା ମାତ୍ରକେ ଏହି ଭିଡଓ ବେଶ୍ ଭାଇରଲ ହେବାରେ ଲାଗିଛି ।

Advertisement

Leave a Reply

Your email address will not be published. Required fields are marked *