Pratidin TV

Odisha's Digital News Platform

ବଜେଟ କୁ ନେଇ ନବୀନ ଙ୍କ ପ୍ରତିକ୍ରିୟା , କହିଲେ ବିହାର ଆନ୍ଧ୍ରକୁ କୋଟି କୋଟି ହେଲେ ଓଡ଼ିଶାକୁ କିଛି ନାହିଁ..

1 min read

ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି।।ବଜେଟ ଉପସ୍ଥାପନ ହେବା ପରେ ବିରୋଧୀ ନେତା ଏବେ ଶାସକକୁ ଘେରିବାରେ ଲାଗିଛନ୍ତି । ବଜେଟକୁ ନେଇ ବିଜେଡି ସୁପ୍ରିମୋ ପ୍ରତିକ୍ରୟା ରଖିଛନ୍ତି । ସେ କହିଛନ୍ତି ବିହାର, ଆନ୍ଧ୍ର ପ୍ରଦେଶ ବିକାଶ ପାଇଁ ଆଖିଦୃଶିଆ ବ୍ୟୟବରାଦ ହୋଇଛି । ହେଲେ ଅନ୍ୟତମ ପୂର୍ବ-ଭାରତୀୟ ରାଜ୍ୟ ଓଡିଶାକୁ ସେପରି କିଛି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇନି । ଚଳିତ ସାଧାରଣ ନିର୍ବାଚନ ଫଳାଫଳର ଛାପ ଚଳିତ ବଜେଟରେ ମଧ୍ୟ ପ୍ରତିଫଳିତ ହେବା ପରି ବ୍ୟୟବରାଦ ହୋଇଛି ।

ମୋଦି ସରକାର ତୃତୀୟ ପାଳିର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ର ପ୍ରଦେଶ ଓ ବିହାରକୁ ଏକାଧିକ ସ୍ପେଶାଲ ପ୍ଯାକେଜ ସହ ହାତଖୋଲା ବ୍ଯୟବରାଦ ଦେଇଛନ୍ତି । ହେଲେ ଓଡିଶାରେ କୌଣସି କ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ହୋଇନି । ଚଳିତ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇ ମଧ୍ୟ ବିଜେପି ଓଡ଼ିଶା ପାଇଁ ସେମିତି କିଛି ଆଖି ଦୃଶୀଆ ଘୋଷଣା କରିନାହିଁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହେଉଥିବା ଓଡ଼ିଶା ପୂର୍ବରୁ ବହୁବାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଦାବି କରିଆସୁଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଚଳିତ ଥର ବିଜେପି ଓଡ଼ିଶାରେ ସରକାର କରିବା ପରେ ଲୋକ ଭାବୁଥିଲେ, ରାଜ୍ୟ ପାଇଁ କେନ୍ଦ୍ର ସରକାର କିଛି ଭଲ ଘୋଷଣା କରିବେ। କିନ୍ତୁ ତାହା ହେଲା ନାହିଁ।ଓଡ଼ିଶା ପ୍ରତି ବାରମ୍ବାର ଅବହେଳା କରାଯାଉଛି ବୋଲି କହିଛନ୍ତି ନବୀନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Advertisement

Leave a Reply

Your email address will not be published. Required fields are marked *