Pratidin TV

Odisha's Digital News Platform

ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ନବୀନ ପଟ୍ଟନାୟକ 

ରାଜ୍ୟବାସୀଙ୍କ ସୁରକ୍ଷା ଦିଗରେ କଡା ପଦକ୍ଷପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ବିଶୃଙ୍ଖଳା ନେଇ ଉଦବେଗ ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ କରିଛନ୍ତି ଅନୁରୋଧ |

ସୋସିଆଲ ମିଡିଆରେ ନବୀନ କହିଛନ୍ତି ଏକ ଶାନ୍ତି ପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି | ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସମ୍ପ୍ରଦାୟକ ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହିଆସିଛି | କିନ୍ତୁ ଚିନ୍ତାର ବିଷୟ ବର୍ତ୍ତମାନ ରାଜ୍ୟର ବିଭିନ୍ନପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବା ର ଖବର ଆସୁଛି | ଅନେକ ଗୋଷ୍ଠୀ ଓ ପୀଡିତ ନାଗରିକ ସେମାନଙ୍କ ଦୁଃଖ ଜଣାଉଛନ୍ତି | ସେମାନେ ଆକ୍ରମଣ ଓ ବିଦ୍ଵସର ଶିକାର ହେଉଥିବା ଦୁଃଖର କଥା |

ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଯାଏଁ କରୁଛି, ଯେ ସେମାନେ ଓଡ଼ିଶାର ଭାବମୂର୍ତ୍ତି ତଥା ଗାରିମା ରକ୍ଷା କରନ୍ତୁ | ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଦ୍ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରନ୍ତୁ |

ନବୀନ ଆହୁରି କହିଛନ୍ତି,ଏକ ସଦରଭାବପୂର୍ଣ୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଅକ୍ରୁସ୍ତ କରିଆସିଛି ଏବଂ ଆମେ ଆମ ଆର୍ଥିକ ଭିତିଭୂମି ସୃଦୁଢ କରିପାରିଛୁ | ଆନନ୍ଦର କଥା , ଆମେ ୬0 ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛୁ|

ମୁଁ ରାଜ୍ୟ ସରକାରଙ୍କୁ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଡ କରୁଛି କି ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥାସମ୍ଭବ ସମସ୍ତ ପ୍ରକାର ପଦକ୍ଷପ ନିଅନ୍ତୁ |

କାରଣ ଶାନ୍ତି ଏବଂ ସୋହାର୍ଦ୍ଦ୍ୟ ହେଉଛି ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି | ଯେଉଁଠି ଶାନ୍ତି ଥାଏ ସେଇଠି ହିଁ ପ୍ରଗତି ସମ୍ଭବ ଥାଏ |

Leave a Reply

Your email address will not be published. Required fields are marked *