Pratidin TV

Odisha's Digital News Platform

ରାଉରକେଲାରେ ଆହାପଦେ କହିଲେ ନବୀନ

1 min read

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମ ଓଡିଶାକୁ ଆସିଛନ୍ତି ନବୀନ ପଟ୍ଟନାୟକ | ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ। ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ସହ ବିରୋଧୀ ଦଳ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜନତାଙ୍କ ଠାରୁ ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ ଯୋଜନା, 5T ସ୍କୁଲ, ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ, କାଳିଆ ଯୋଜନା, ଚାଉଳ କାର୍ଡ ଭଲ କି ନୁହେଁ ତାହା ବିଷୟରେ ମତାମତ ନେଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯଦି ଶଙ୍ଖ ଚିହ୍ନରେ ଭୋଟ ଦେଲେ ସୁନ୍ଦରଗଡରେ ବିକାଶର ଧାରାକୁ ଆହୁରି ଆଗେଇ ନେବେ | ସେହିଭଳି ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ | ବିଜେଡି ସରକାର ବିଜୁଳି ମାଗଣା ଦେବେ | ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ପାଇଥିବା ସବୁ ଲୋକଙ୍କୁ କାର୍ଡ ପ୍ରଦାନ କରିବେ । ସରକାରୀ କର୍ମଚାରୀ, ଆଶା ଦିଦି, ଅଙ୍ଗନୱାଡି କର୍ମୀ ବି ବିଏସକେୱାଇ କାର୍ଡ ପାଇବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *