Pratidin TV

Odisha's Digital News Platform

ବିଦେଶ ଗସ୍ତରେ ଯିବେ ନବୀନ: ଜାଣନ୍ତୁ କଣ ରହିଛି କାରଣ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବେ । ଆସନ୍ତା ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏକ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମମନ୍ତ୍ରୀ ୟୁଏଇ ଗସ୍ତ କରିବେ । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି ।

ୟୁଏଇର ଇଣ୍ଡଷ୍ଟ୍ରିଆଲ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ ପଟ୍ଟନାୟକ । ଫିକି, ଇପିକଲ୍ ଏବଂ ୟୁଏଇର ସ୍ଥାନୀୟ କନସୁଲେଟରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଇଟାଲୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ଜଣାପଡିଛି । ଇଟାଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରିବାର ସମ୍ଭାବନା ରହିଛି ।

Advertisement

Leave a Reply

Your email address will not be published. Required fields are marked *