Pratidin TV

Odisha's Digital News Platform

ପହଣ୍ଡିବେଳେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ..

1 min read

 ପହଣ୍ଡିବେଳେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସ ରେ ଏନେଇ ସୂଚନା ଦେଇ ସେ କହିଛନ୍ତି  ଯେ ।  ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀଙ୍କ ଦୁଃଖରେ ମୁଁ ମର୍ମାହତ। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସେ ନେଇ ମଧ୍ୟ ସେ  ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲ ପହଣ୍ଡି ବିଜେ। ପହଣ୍ଡି ବେଳେ ଖସି ପଡିଥିଲେ ବଡ଼ ଠାକୁର। ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା କିଛି ସେବାୟତ ଆହତ ହୋଇଥିଲେ। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ୫ରୁ ୬ଜଣ ସେବାୟତ ଆହତ ହୋଇଥିଲେ।  ଅଘଟଣ ପରେ ପୁଣି ପହଣ୍ଡି ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *