ମୋଦି ହେଉଛନ୍ତି ମୋର ଭଲ ବନ୍ଧୁ , ସେ ଚାହିଁଲେ ମୋ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିପାରିବେ :ନବୀନ ପଟନାୟକ
1 min readପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦେଲେ କଡା ଜବାବ । ସାମ୍ବାଦିକ ସମ୍ମିଳନୀ କରି ହସି ହସି ରଖିଲେ ନିଜର ମତ । ସେ କହିଲେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ଆଜି ଓଡିଶା ଗସ୍ତରେ ଆସି ନରେନ୍ଦ୍ର ମୋଦି ନବୀନ ପଟନାୟକ ନାୟକଙ୍କ ଅସୁସ୍ଥତା କୁ ଦେଇଥିବା ମନ୍ତବ୍ୟ ଉପରେ ନବୀନ ଦେଇଛନ୍ତି ଜବାବ । ସେ କହିଛନ୍ତି ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ଅଧିକ ଲାଗି ରହିଛି । ମୋ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚାରିଆଡେ ଗୁଜବ ପ୍ରଚାର ଚାଲିଛି ।
ବର୍ତ୍ତମାନ ମୁଁ ସାରାରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି । ଯଦି ମୋ ଦେହ ଅସୁସ୍ଥ ଥାନ୍ତା ତାହେଲେ ଏତେ ଖରାରେ ମୁଁ କେବେ ପ୍ରଚାର କରିନଥାନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତା ସହିତ ନବୀନ କହିଛନ୍ତି ଏସବୁ କିଛି କେବଳ ଭୋଟ ପାଇଁ । ତେବେ ଏସବୁ ଭିତରେ ନବୀନ ମୋଦିଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ମୋର ଭଲ ବନ୍ଧୁ , ସେ ଯଦି ଚାହିଁବେ ତାହେଲେ ମୋତେ ଫୋନ କରି ମୋ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିପାରିବେ ।