Pratidin TV

Odisha's Digital News Platform

ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ..

ଦୀର୍ଘ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ । ୨୪ ବର୍ଷ ପରେ ଓଡ଼ିଶାରେ ବଦଳିଗଲା ରାଜନୈତିକ ସମୀକରଣ । ୨୦୨୪ ନିର୍ବାଚନରେ ବିଜେପି ର ବିପୁଳ ବିଜୟ ପରେ ଏବେ ଓଡ଼ିଶାରେ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ବହୁମତ ହାସଲ କରିଛି । ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ୨୦୧୯ରେ ଭାଜପା ୨୩ ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ୫୫ ଆସନ ପାଇଛି। ସେହିଭଳି ରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୯ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏ ସିଟ୍‌ ଜିତିଛନ୍ତି। ୨୦୧୯ ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିବା ବେଳେ ଏଥର ଅଧିକ ୧୧ ଆସନ ଜିତିବା ଓଡ଼ିଶାର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

Leave a Reply

Your email address will not be published. Required fields are marked *