ପରାଜୟ ପରେ ମଧ୍ୟ , ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ ..
1 min readବଦଳିଗଲା ଓଡ଼ିଶାର ଇତିହାସ । ବଦଳିଯାଇଛି ରାଜନୈତିକ ସମୀକରଣ । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଥିଲା । ସାରା ଓଡିଶାବାସୀଙ୍କ ଆଶା ଥିଲା ପୁଣିଥରେ ନବୀନ ସରକାର ଗଢି ରେକର୍ଡ ସୃଷ୍ଟିକରିବେ । ହେଲେ ନିର୍ବାଚନର ଫଳାଫଳ ସତେ ଯେମିତି ସବୁକିଛି ବଦଳାଇ ଯାଇଛି । ୨୫ବର୍ଷ ପରେ ଓଡ଼ିଶାରେ ଭୁଶୁଡିଛି ନବୀନ ଦୁର୍ଗ। ପ୍ରଥମ ଥର ପାଇଁ ରାଜନୀତିରେ ପରାଜୟର ସାମ୍ନା କରିଛନ୍ତି ନବୀନ ପଟ୍ଟନାୟକ।
ଏଥିସହ ସେ ପାଲଟି ଯାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ଆସିଲା ନବୀନ ପଟନାୟକ ଙ୍କର ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ”ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି।”