କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ ପଛରେ..
1 min readମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡର ଫଳାଫଳ ବିଜେଡି ପଛରେ ପଡିଯାଇଛି ।
ଠିକ ସେହିପରି କଣ୍ଟାବାଞ୍ଜି ବିଧାନସଭା ଆସନରେ ପଛରେ ପଡିଯାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହି ଆସନରେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଛନ୍ତି ଭାଜପାର ଲକ୍ଷ୍ମଣ ବାଗ। ୧୧୫୮ ଖଣ୍ଡ ଭୋଟରେ ନବୀନ ପଛରେ ରହିଛନ୍ତି।