Pratidin TV

Odisha's Digital News Platform

ନବୀନଙ୍କ 5T ଗ୍ୟାରେଣ୍ଟି ; ବଢିଲା ‘ନୂଆ ଓ’ ଛାତ୍ରବୃତ୍ତି ଟଙ୍କା , ତାସହ ଜାଣନ୍ତୁ ବିଜେଡିର ଘୋଷଣାପତ୍ର ୨୦୨୪ …

1 min read

୨୦୨୪ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଣିକି ‘ନୂଆ-ଓ’ ଛାତ୍ରବୃତ୍ତିରେ ପୁଅଙ୍କୁ ବାର୍ଷିକ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା ମିଳିବ । ଆସନ୍ତା ୫ ବର୍ଷ ମଧ୍ୟରେ ୨ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ସ୍ୱୟଂ ଉଦ୍ୟୋଗୀ ଋଣର ପରିମାଣକୁ ୨ ଲକ୍ଷକୁ ବୃଦ୍ଧି କରାଯିବ। କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଷ୍ଟେଟ୍ ଇନଷ୍ଟିଚ୍ୟୁଟି ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠା ହେବ। ଏଆଇ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ମାସକୁ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମିଳିବ ମାଗଣା ବିଦ୍ୟୁତ୍। ୧୦୦ରୁ ୧୫୦ ୟୁନିଟ ପାଇଁ ୫୦ ପ୍ରତିଶତ ରିହାତି ମିଳିବ ।

-ରାଜ୍ୟକୁ ଦେଶର ୩ଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଶତ କରାଯିବ । ସେମି କଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା (AI) ଉପରେ ବିଶେଷ ଧ୍ୟାନ ଦିଆଯିବ ।
-୧୦୦ଟି ସ୍ଥାନରେ ଇକୋ-ଟୁରିଜିମ୍ ହେବ। ୪ଟି ମେଗା କ୍ଲଷ୍ଟର ଯୋଜନା।
-୨୦ଟି ସହରକୁ ବିକଶିତ କରାଯିବ ପୁରୀକୁ ଆନ୍ତର୍ଜାତୀୟ ସହର କରାଯିବ ।
-ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକକୁ ମେଟ୍ରୋ ରେଳ ସେବା ମିଳିବ ।
-୧୦୦ଟି ସ୍ଥାନରେ ଇକୋ-ଟୁରିଜିମ୍ ହେବ। ୪ଟି ମେଗା କ୍ଲଷ୍ଟର ଯୋଜନା। ୨୦ଟି ସହରକୁ ବିକଶିତ କରାଯିବ ପୁରୀକୁ ଆନ୍ତର୍ଜାତୀୟ ସହର କରାଯିବ । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକକୁ ମେଟ୍ରୋ ରେଳ ସେବା ମିଳିବ ।
-SHGଙ୍କୁ ୧ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ପ୍ରଦାନ କରାଯିବାକୁ ଥିବା ବେଳେ SHG
ଗୁଡିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ ।
-ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ ।
-ତୃଣମୂଳ ସ୍ତରର ମହିଳା କର୍ମୀ, ଅଙ୍ଗନବାଡୀ କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ ଈଝକଣ କଭରେଜ୍ ସହ ସାମାଜିକ ସୁରକ୍ଷା ପେନସନ ।
-ST,SC, OBC ଯୁବକବର୍ଗଙ୍କୁ ସ୍ୱଂୟ ନିଯୁକ୍ତି ପାଇଁ ୧ଲକ୍ଷ ଟଙ୍କା ଅନୁଦାନ।
-ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ ।
-କୃଷି ପାଇଁ ମାଗଣା ବିଦ୍ୟୁତ, କୃଷକଙ୍କ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ୨୫ ହଜାର ସହାୟତା ଯୋଗାଇ ଦିଆଯିବ।
-୧.୫ ଲକ୍ଷ ଯାଏଁ ଫସଲ ଋଣରେ ସୁଧ ଛାଡ । ସେହିପରି ମତ୍ସଜୀବୀ ସମ୍ପ୍ରଦାୟକୁ ବାର୍ଷୀକ ୧୫ ହଜାର ଟଙ୍କାର ସହାୟତା ମିଳିବ ।
-୧୦୦ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରାଯିବ ।
-ଭାଗବତ ଟୁଙ୍ଗିର ସଂରକ୍ଷଣ ମଧ୍ୟ କରାଯିବ ।
-ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ପାଇଁ ୨୫ କୋଟି ଟଙ୍କା
-ଐତିହ୍ୟ ବିକାଶ ପାଇଁ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ହଜାରେ କୋଟି ।

Advertisement

Leave a Reply

Your email address will not be published. Required fields are marked *