Pratidin TV

Odisha's Digital News Platform

ନବୀନଙ୍କ ବଡ଼ ହୃଦୟ, କଥା ଦେଲେ ମୋହନ ମୁଁ ଆସିବି

1 min read

ଶପଥ ଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିଷ ଲୋଡିଲେ ମୋହନ ମାଝୀ | ନିଜେ ଯାଇ ନବୀନଙ୍କୁ କଲେ ନିମନ୍ତ୍ରଣ | ୨ଟି ଟେବୁଲରେ ବସି ପ୍ରାୟ ଅନେକ ସମୟ କଥାବାର୍ତ୍ତା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ ନୂଆ ମୁଖ୍ୟମନ୍ତ୍ରୀ | ହଠାତ ମୋହନ ମାଝୀ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଆମନ୍ତ୍ରଣ | ସଙ୍ଗେ ସଙ୍ଗେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ହୋଇ ଧରି ପକାଇଲେ ମୋହନ | ଅନେକ ସମୟ ଧରି କଥାବାର୍ତ୍ତା ସାରି ଫେରି ଆସୁଥିବା ସମୟରେ ନବୀନ ମୋହନଙ୍କ ହାତ ଧରି ଦେଲେ ପ୍ରତିଶୃତି | ପ୍ରତଶ୍ରୁତି ଦେଇ କହିଲେ ନିଶ୍ଚିତ ଭାବରେ ଆଜି ଶପଥ ସମାରୋହରେ ପହଞ୍ଚିବେ | ଶେଷରେ ମୋହନ ମାଝୀଙ୍କୁ ବାଟେଇ ଦେଇ ଏକ ବଡ ହୃଦୟର ପରିଚୟ ଦେଲେ ନବୀନ |

ଗତକାଲି ବିଜେପିର ଘନଘନ ନେତା ନବୀନ ନିବାସରେ ପହଞ୍ଚିଥିଲେ | ଆଜି ଶପଥ ଗ୍ରହଣ ସମାରୋହ ପାଇଁ ଦେଇଥିଲେ ନିମନ୍ତ୍ରଣ | ବର୍ତ୍ତମାନ କିନ୍ତୁ ମୋହନ ମାଝୀ ନିଜେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଆମନ୍ତ୍ରଣ |

Advertisement

Leave a Reply

Your email address will not be published. Required fields are marked *