ଅଧା ରହିଗଲା ନବୀନଙ୍କ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ! ଟ୍ୱିଟ୍ କଲେ ପାଣ୍ଡିଆନ୍
1 min readଭାଙ୍ଗିଗଲା ବ୍ୟକ୍ତିତ୍ୱର ମ୍ୟାଜିକ | ଅଧାରେ ଭୁସୁଡ଼ିଗଲା ନବୀନଙ୍କ ସବୁଜର ସୁଖ | ଆଉ ରାଜ୍ୟରେ ଶାସନ କରିବନି ଶଙ୍ଖ | ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ବିଜେଡି ସରକାରରେ ମଙ୍ଗ ଧରିଥିବା ତଥା ପ୍ରତ୍ୟକଟି ଉନ୍ନତିମୂଳକ କାର୍ଯ୍ୟର ସଫଳ ରୂପାୟନ ଯୋଦ୍ଧା ସାଜିଥିବା କାର୍ତ୍ତିକ ପାଣ୍ଡିଆନ ଏବେ ଟ୍ୱିଟ କରିଛନ୍ତି |
ତେବେ ପାଣ୍ଡିଆନ ଟ୍ୱିଟ କରି କହିଛନ୍ତି, ସର୍ବଦା ଆପଙ୍କ ସହିତ ସାଢେ ଚାରିକୋଟି ଓଡ଼ିଶାବାସୀଙ୍କ ସହିତ ଭଲ ସମୟରେ ରହିଥିଲୁ ଏବଂ ଖରାପ ସମୟରେ ବି ରହିବୁ, ତାଙ୍କ ଭଲ ପାଇବା ଆମ ପାଇଁ ବଡ | ସେ ଆହୁରି ମଧ୍ୟ କହିଥିଲେ, ଆମେ ସମସ୍ତେ ଆମ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଗର୍ବିତ, ତାଙ୍କ ନୀତି ଆଦର୍ଶରେ ଆମେ ଅନୁପ୍ରାଣିତ | ସାଢେ ଚାରିକୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ସଦାସର୍ବଦା ଆମ ସହିତ ରହିଛି | ସେ ଆହୁରିକହିଛନ୍ତି, ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପାର୍ଥୀ ଙ୍କୁମୋର ଶୁଭେଚ୍ଛା | ବିଜୁ ଜନତା ଦଳର ସମସ୍ତକର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି |
ତେବେ ସବୁଠୁ ଦୁଃଖର ବିଷୟ ଏହା ଯେ, ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି। କଂଗ୍ରେସ ଖାତାକୁ ଯାଇଛି କେବଳ କୋରାପୁଟ ଆସନ। ବିଜେଡି ଖାତା ପୂରା ଶୂନ।