Pratidin TV

Odisha's Digital News Platform

ପରାଜୟ ପରେ ସାମ୍ନାକୁ ଆସିଲା ନବୀନ ଙ୍କ ପ୍ରଥମ ପ୍ରତିକ୍ରିୟା , କହିଲେ ପାଣ୍ଡିଆନ ନୁହଁନ୍ତି ମୋ ଉତ୍ତରଧିକାରୀ ..

ପରାଜୟ ପରେ ଗଣମାଧ୍ୟମରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ନବୀନ ପଟ୍ଟନାୟକ। ସେ କହିଛନ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବା ସୁଯୋଗ ଦେଇଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ”ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ। ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ।” ତେବେ ବିଜେଡି ପରାଜୟ ର କାରଣ ପାଣ୍ଡିଆନ ଙ୍କୁ କୁହାଯାଉଥିବା ବେଳେ ଏହାର ଜବାବ ରଖିଛନ୍ତି ନବୀନ ।


ସେ କହିଛନ୍ତି ”ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ଏହା ବ୍ୟତୀତ ମୋ ଉତ୍ତରାଧିକାରୀ ମଧ୍ୟ ପାଣ୍ଡିଆନ ନୁହଁନ୍ତି ବୋଲି ଆଉ ଥରେ ସ୍ପଷ୍ଟ କରୁଛି ଏବଂ ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ।” ଅଫିସର ଭାବେ ପାଣ୍ଡିଆନ ୧୦ ବର୍ଷ ଭଲ କାମ କରିଥିବା କହିଛନ୍ତି ନବୀନ। ସେ କହିଛନ୍ତି ”ବାତ୍ୟା ଓ କୋଭିଡ୍ ସମୟରେ ଭଲ କାମ କରିଛନ୍ତି ପାଣ୍ଡିଆନ। ଭଲ କାମ କରି ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। ଏପରିକି ବିଜେଡିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କାମ କରିଛନ୍ତି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି। ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published. Required fields are marked *