Pratidin TV

Odisha's Digital News Platform

ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଅଙ୍କିତାଙ୍କ ଲୁହ ଦେଖି କାନ୍ଦୁଛି ନବୀନଙ୍କ ହୃଦୟ

1 min read

ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କ ଦିଆଯାଇଥିବା ନିର୍ଯାତନାର କାହାଣୀ ଶୁଣି କାନ୍ଦୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟ | ଯେଉଁଥିପାଇଁ ହଠାତ ଶଙ୍ଖ ଭବନରେ ପହଞ୍ଚି ଡକାଇଲେ ପ୍ରେସମିଟ ଏବଂ ବିଚାର ବିଭାଗ ତଦନ୍ତ ପାଇଁ କଲେ ଦାବି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁଝର ବୁଲୁଥିବା ବେଳେ ସରକାରଙ୍କୁ ସିଧାସଳଖ ଶଙ୍ଖ ଭବନରେ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ଆଉ କହିଛନ୍ତି ପିଡୀତଙ୍କ ଦୁଃଖ ଦେଖି ହଉନି, ଲୁହ ଦେଖି ମନ ବୁଝୁନି | ଏହି ଘଟଣାକୁ ଦୁର୍ଭାଗ୍ୟ କହିବା ସହ ନିନ୍ଦା କରିବା ବର୍ତ୍ତମାନ ସରକାରରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ଥିବା କଥା କହିଛନ୍ତି |

ତେବେ ଓଡ଼ିଶାରେ ମୋ ସରକାର ଚାଲୁଥିବା ବେଳେ ସବୁ କିଛି ଠିକ ଚାଲୁଥିଲା, ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ତିଳେମାତ୍ର ବିଳମ୍ବ ହେଉନଥିଲା | କିନ୍ତୁ ଭରତପୁର ଥାନାରେ ପୋଲିସ ଅଭଦ୍ରାମିର ଚରମ ସୀମା ଟପିଯାଇଥିବା ବେଳେ ଆକ୍ସନ ମୋଡ଼କୁ ଆସିଛନ୍ତି ନବୀନ ଏବଂ ସରକାରଙ୍କୁ କରିଛନ୍ତି ଟାର୍ଗେଟ | ତେବେ ଭରତପୁର ଥାନାରେ ପୋଲିସ ନିର୍ଯାତନା ବିଷୟରେ ଆସିଛି ବଡ ମୋଡ଼ | ଗୋଟିଏ ପଟେ ଅଙ୍କିତା ଥାନା ଭିତରେ ପୋଲିସ ଅଧିକାରୀ ତାଙ୍କୁ ଛୁଟି ଭିଡି ମାରିବା ସହ ତାଙ୍କ ଅନ୍ତଃ ବସ୍ତ୍ର ଖୋଲି ଶାରୀରିକ ନିର୍ଯାତନା ଦେଇଥିବାର କଥା କହୁଥିବା ବେଳେ ଅନ୍ୟପଟେ ଜାତୀୟ ଗଣମାଧ୍ୟମ ଆଗରେ DCP ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ ଦୋଷାରୋପ କରିଛନ୍ତି ଏବଂ ଉଭୟ ଥାନାରେ ପହଞ୍ଚି ହଙ୍ଗାମା କରିବା ସହ ଦୁର୍ବ୍ୟବହାର କରିଥିଲେ |ଏହାସହ ସେ ଆହୁରି କହିଛନ୍ତି ଅଙ୍କିତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର,କାମୁଡା,ଚାପୁଡ଼ା, ଏବଂ ନିଶାଗ୍ରସ୍ତ ଥିବା ଜଣାପଡିଥିଲା | ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା | ବର୍ତ୍ତମାନ ସୁଦ୍ଧା କିଏ ସତ କହୁଛି ତାହା ସ୍ପଷ୍ଟ ହୋଇନାହିଁ |

Advertisement

Leave a Reply

Your email address will not be published. Required fields are marked *