Pratidin TV

Odisha's Digital News Platform

ଚାଷୀ ପୁଅ ଲକ୍ଷ୍ମଣଙ୍କ ଆଗରେ ଚାଲିଲାନି ନବୀନଙ୍କ ଯାଦୁ , ଛଡାଇନେଲେ କଣ୍ଟାବାଞ୍ଜି ଗଡ ….

କୁଲୀ ମଜୁରୀରୁ ରାଜନେତା ପାଲଟି ହିରୋ ବନିଗଲେ ଲକ୍ଷ୍ମଣ ବାଗ୍ । ନିକଟରେ ୨୦୨୪ ଇଲେକ୍ସନରେ ନବୀନ ପଟ୍ଟନାୟକଙ୍କୁ ହରାଇ ସେ କଣ୍ଟାବାଞ୍ଜି ଆସନ ହାତେଇଛନ୍ତି । ତେବେ ଏଥର ପରିଶ୍ରମି ଚାଷୀ ପୁଅ ଲକ୍ଷ୍ମଣଙ୍କ ଲକ୍ଷ ଆଗରେ କାମ ଦେଲାନି ନବୀନଙ୍କ ଯାଦୁ । କଣ୍ଟାବାଞ୍ଜିରେ ଲକ୍ଷ୍ମଣ ଲେଖାକୁ ଡେଇଁ ପାରିଲେନି ସୁପ୍ରିମୋ ନବୀନ । କୁଲୀ ମଜୁରୀରୁ ରାଜନେତା ପାଲଟିଥିବା ଲକ୍ଷ୍ମଣ ବାଗ୍ ଙ୍କ ଆଗରେ ମୁଣ୍ଡ ନୁଆଂଇଲେ ନବୀନ ।

ନବ ନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ ଯିଏ ପ୍ରଥମ ଥର ପାଇଁ ନବୀନଙ୍କୁ ପରାଜୟର ସ୍ୱାଦ ଚଖାଇଦେଇଛନ୍ତି । ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲା ତୁରେଇକିଲା ବ୍ଲକର ଛୋଟିଆ ଗାଁର ଗରିବ ପୁଅ ଲକ୍ଷ୍ମଣ । ସେ ପୂର୍ବରୁ ୩ ଟଙ୍କାରେ କୁଲି ମଜୁରୀ କରୁଥିଲେ ଆଉ ପରେ ଟ୍ରକ୍ ହେଲପର । ବାପା ଜଣେ ଚାଷୀ ଆଉ ୬ ପୁଅଙ୍କୁ ସମ୍ଭାଳିବା କଷ୍ଟକର ଥିଲା । କିନ୍ତୁ ପୁଅ ଲକ୍ଷ୍ମଣ ହାର ମାନିନଥିଲେ । ନିଜ ଭାଗ୍ୟ ନିଜ ପରିଶ୍ରମ ଦ୍ୱାରା ବଦଳାଇଥିଲେ ।

Leave a Reply

Your email address will not be published. Required fields are marked *