Pratidin TV

Odisha's Digital News Platform

ବିଧାନସଭାରେ ନବୀନଙ୍କ ମାଇକ ବନ୍ଦ୍ କରିଦେଲେ BJP ସରକାର।

ଆଜି ବିଧାନସଭାରେ ରାଜ୍ୟପାଳ ରଘୁବର ଦାସ୍‌ଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କିଛି କହିବାକୁ ଛିଡା ହୋଇଥିବା ସମୟରେ ତାଙ୍କ ମାଇକକୁ ବନ୍ଦ କରାଯିବା ସହ ତାଙ୍କ କ୍ୟାମେରାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏନେଇ ଆଜି ପ୍ରମିଳା ମଲ୍ଲିକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ବିଜେପି ଉପରେ ବର୍ଷିଛନ୍ତି । ବୋରୋଧୀ ଦଳର ନେତାଙ୍କୁ ମୁହଁ ଖୋଲି କିଛି କହିନଦେବାକୁ ଏକା ବିଜେପିର ଚାଲ ବୋଲି କହିଛନ୍ତି ପ୍ରମିଳା । ନବୀନ ବାବୁଙ୍କ ସହ ଆଜି ଯାହା ହେଲା ତାହା କେବଳ ନବୀନ ବାବୁଙ୍କ ଅପମାନ ନୁହେଁ ବରଂ ସାରା ଓଡିଶାବାସୀଙ୍କୁ ଅନ୍ଧାରରେ ରଖାଯାଉଛି ।

ଅନ୍ୟପଟେ ବିଧାନସଭା ଗୃହ ମୁଲତବୀ ହେବା ପରେ ନବୀନ ବାହାରକୁ ଆସି କହିଥିଲେ, “ମୁଁ ଓ ମୋ ପାର୍ଟି ଦୁଃଖିତ ଏବଂ ଆଶ୍ଚର୍ଯ୍ୟ । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ବର୍ତ୍ତମାନର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ରାଜ୍ୟରେ ଆଇନଶୃଙ୍ଖଳାକୁ ଭାଙ୍ଗି ଦିଆଯାଇଛି ।”

ପୂର୍ବରୁ କିନ୍ତୁ ଏପରି ହେଉନଥିଲା । ଯେତେବେଳେ ବିଜୁ ଜନତା ଦଳ ସରକାର ଥିଲା ସେତେବେଲେ ମନ୍ତ୍ରୀ,ବିଧାୟକ, ସାଂସଦ କିମ୍ବା କୌଣସି ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେଣୁ ବର୍ତ୍ତମାନର ରାଜ୍ୟ ସରକାର ଆଇନ୍ ଅନୁସାରେ କାମ କରିବା ଉଚିତ୍ ବୋଲି ନବୀନ ସୋମବାର କହିଛନ୍ତି ।

Leave a Reply

Your email address will not be published. Required fields are marked *