ନବୀନଙ୍କ ସୁରକ୍ଷା ହ୍ରାସ,ପାଇଲଟିଂ ବ୍ୟବସ୍ଥା ପ୍ରତ୍ୟାହୃତ କଲେ ମୋହନ ସରକାର …
1 min readରାଜନୀତିରେ ପରିବର୍ତ୍ତନ ଏକ ଧାରା । ଆଜି ଯିଏ କ୍ଷମତାରେ ଅଛି କାଲି ସିଏ କ୍ଷମତାରେ ନଥିବ କି କେବଳ ଜଣେ ହିଁ ସବୁବେଳେ ସରକାର କରୁଥିବ ତାର କିଛି ମାନେ ନାହିଁ । ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚନ ଏମିତି ଏକ ପ୍ରକ୍ରିୟା ଯେଉଁଠି ଜନତା ହିଁ ସବୁକିଛି, ଜନତା ହିଁ ଜନାର୍ଦ୍ଦନ । ଜନତା ଚାହିଁଲେ ସରକାର ହେବ, ଜନତା ନଚାହିଁଲେ ସରକାର ଭାଙ୍ଗିଯିବ । ଲୋକଙ୍କ ଆଙ୍ଗୁଠିରେ ହିଁ ଗୋଟେ ସରକାରର ଭାଗ୍ୟ ନିର୍ଭର କରେ । ସରକାର ପରିବର୍ତ୍ତନ ଓ ସରକାର ବଜାୟ ରଖିବା ଲୋକଙ୍କ ମୁଡ୍ ହିଁ ନିର୍ଦ୍ଧାରଣ କରେ । ତେଣୁ ରାଜନୀତିର ପରିବର୍ତ୍ତିତ ଧାରା ଏବଂ ବିଜୟ-ପରାଜୟର ପ୍ରକ୍ରିୟା ହିଁ ସତ୍ତାରେ ଥିବା ବ୍ୟକ୍ତି ବିଶେଷଙ୍କୁ ସୁବିଧା ଓ ସୁରକ୍ଷା ମିଳିବା ନମିଳିବା ସ୍ଥିର କରେ ।
ସେହି କ୍ରମରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। । ବିଜେଡି ସରକାର କ୍ଷମତାରୁ ବାହାରିବା ପରେ ଏବଂ ନୂଆ ସରକାର ଶପଥ ନେବାପରେ ନବୀନଙ୍କ ପୁଲିସ ପାଇଲଟିଂ ବ୍ୟବସ୍ଥା ହୋଇଛି ପ୍ରତ୍ୟାହୃତ ।
ପ୍ରାୟ ଅଢେଇ ଦଶନ୍ଧି ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଉଥିଲା। ହେଲେ ନୂଆ ସରକାର ଆସିବା ପରେ ନବୀନ ପଟ୍ଟନାୟକଙ୍କୁ ଯୋଗାଇ ଦିଆଯାଉଥିବା ଜେଡ଼ ପ୍ଲସ ସୁରକ୍ଷାକୁ ହଟାଇ ଦିଆଯାଇଛି। ଏପରିକି ତାଙ୍କ ସୁରକ୍ଷାରେ ଥିବା ପୁଲିସ ବଳ ଓ ପାଇଲଟିଂ ବ୍ୟବସ୍ଥାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି।ତେବେ ବିରୋଧୀ ଦଳ ନେତା ଭାବେ ସୁରକ୍ଷା ପାଇଁ କେବଳ ଦୁଇଜଣ ହାବିଲ୍ଦାରଙ୍କୁ ପିଏସ୍ଓ ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଇଥିଲା। ହେଲେ ଗତ ଜୁନ୍ ମାସରେ ନୂଆ ସରକାର ଆସିବା ପରେ ନବୀନଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା।
ତାଙ୍କ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିଲା। ଖାଲି ଏତିକି ନୁହେଁ; ନବୀନ ନିବାସ ଭିତରେ ଓ ବାହାରେ ୩ଟି ସିଫ୍ଟରେ ୨୪ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ଥିବା ଏସ୍ଏସ୍ବି ବାଟାଲିୟନର ୩୦୦ ସିପାହୀ ସଂଖ୍ୟା ମଧ୍ୟ କମାଇ ୪୫ କରି ଦିଆଯାଇଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୃଷ୍ଟିରୁ କେବଳ ଗୋଟିଏ ପାଇଲଟିଂ ଗାଡି ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଥିଲା ପାଇଲଟିଂ ଏସକର୍ଟ, ସୁରକ୍ଷା କର୍ମୀଙ୍କ ସହ ଦୁଇ ଜଣ ହାବିଲ୍ଦାରଙ୍କ ଅଧୀନରେ ନବୀନ ନିବାସ ପାଇଁ ୪୫ ଜଣ ସିପାହୀଙ୍କୁ ନିଯୁକ୍ତ କରାଯାଇଥିଲା।ହେଲେ ବର୍ତ୍ତମାନ ସମସ୍ତ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରିଛନ୍ତି ମୋହନ ସରକାର ।