Pratidin TV

Odisha's Digital News Platform

ଭାବୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ , ବଦଳିଲା ନବୀନଙ୍କ ପ୍ରୋଫାଇଲ ।

ଦୀର୍ଘ ୨୪ ବର୍ଷ ଶାସନ ପରେ ସମାପ୍ତ ହୋଇଛି ନବୀନ ଯୁଗ । ବିଜେଡିର ରାଜୁତି ଉପରେ ପଡିଛି ଫୁଲଷ୍ଟପ୍ । ଆଜିଠୁ ଆରମ୍ଭ ବିଜେପିର ରାଜ୍ ଆଉ ଓଡିଶାରେ ଚାଲିବ ମୋହନ ଯୁଗ । ଆଜି ଜନତା ମୈଦାନରେ ମଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଏହା ପୂର୍ବରୁ ୨୪ ବର୍ଷ ଧରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ମୁଖ୍ୟମନ୍ତ୍ରୀ ଟ୍ୟାଗ ହଟାଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଗରେ ଆଜିଠୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଂଜ୍ଞା ଲାଗିବ ।

ସୂଚନାଯୋଗ୍ୟ, ନବୀନଙ୍କ ଏକ୍ସ ହ୍ୟାଣ୍ଡେଲରେ ଆଗରୁ ଲେଖାଥିଲା, ‘୨୦୦୦ ଠାରୁ ଓଡିଶା ମୁଖ୍ୟମନ୍ତ୍ରୀ’ ଏବଂ ଏହା ତଳକୁ ‘ ବିଜେଡି ଦଳର ସଭାପତି’ ମଧ୍ୟ ଲେଖାରହିଥିଲା । ଯାହା ଆଜି ଖାଲି ବିଜେଡି ସଭାପତି ରହିଥିବା ବେଳେ ୨୦୦୦ ଠାରୁ ମୁଖ୍ୟମନ୍ତ୍ରୀ ଟାଇଟେଲକୁ ହଟାଇ ଦିଆଯାଇଛି ।

୨୪ ବର୍ଷ ପରେ ଓଡିଶାକୁୂ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ଅନେକ ଉତ୍କଣ୍ଠା ପରେ ଗତକାଲି କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିଲେ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂ । ବିଧାୟକ ଦଳ ବୈଠକ ମଧ୍ୟ ମୋହନଙ୍କ ନାଁରେ ମୋହର ମାରିଛି । ଆଜି ଅପରାହ୍ଣରେ ଜନତା ମଇଦାନରେ ଶପଥ ନେବେ ଓଡିଶାର ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *