ନବୀନ ନିବାସ ପାଲଟିଛି ନିର୍ବାଚନୀ କଣ୍ଟ୍ରୋଲ ରୁମ୍ , ଏଇଠୁ ସମୀକ୍ଷା ହେଉଛି ରାଜ୍ୟର ସମସ୍ତ ଲୋକସଭା ଆସନ ।
1 min readଭୁବନେଶ୍ୱର ; ନବୀନ ନିବାସ ପାଲଟିଛି ନିର୍ବାଚନୀ କଣ୍ଟ୍ରୋଲ ରୁମ୍। ଏଇଠୁ ବର୍ତ୍ତମାନ ସମୀକ୍ଷା କରାଯାଉଛି ରାଜ୍ୟର ସମସ୍ତ ଲୋକସଭା ଆସନ। ପୂର୍ବରୁ ପୁରୀ, କେନ୍ଦ୍ରାପଡା ଓ କୋରାପୁଟ ଲୋକସଭା ଆସନ ଗୁଡ଼ିକର ପ୍ରାର୍ଥୀ ଚୟନ ପାଇ ବୈଠକ ହୋଇଥିଲା ବେଳେ ଗତକାଲି ଅପରାହ୍ନରେ କରାଯାଇଥିଲା ନବରଙ୍ଗପୁର ଲୋକସଭା ଆସନର ସମୀକ୍ଷା ।
ନବରଙ୍ଗପୁର ଲୋକସଭା ଆସନ। ନିଜ ଜିଲ୍ଲାର ୪ଟି ବିଧାନସଭା ଆସନ ସହ କୋରାପୁଟର ଗୋଟିଏ ଓ ମାଲକାନଗିରିର ୨ ଟି ବିଧାନସଭା ଆସନକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର। ତେବେ ୧୯୫୨ରୁ ୧୯୯୮ ପର୍ଯ୍ୟନ୍ତ ସର୍ବାଧିକ ଏହି ଆସନରୁ ୯ଥର ନିର୍ବାଚିତ ହୋଇଥିଲେ ଖଗପତି ପ୍ରଧାନ ଓ ପରେ ପରେ ଏଠାର ଜନତା ସବୁ ଥର ବାଛିଛନ୍ତି ନୂଆ ନୂଆ ସାଂସଦ। ତେବେ ବର୍ତ୍ତମାନର ବିଜେଡ଼ି ନେତା ପ୍ରଦୀପ ମାଝୀ ୨୦୦୯ରେ ଏଠାରୁ କଂଗ୍ରେସ ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ବିଜେଡ଼ି ଟିକେଟରୁ ବଳଭଦ୍ର ମାଝି ୩ ଲକ୍ଷ ୭୩ ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ତେବେ ଗତ ୨୦୧୯ ନିର୍ବାଚନରେ ବଳଭଦ୍ର ବିଜେପି ଯୋଗଦାନ ପରେ ବିଜେଡ଼ିରୁ ରମେଶ ମାଝି ନବରଙ୍ଗପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ଵ କରୁଛନ୍ତି।
ତେବେ ଗତ ନିର୍ବାଚନରେ ସଂସଦୀୟ କ୍ଷେତ୍ରର ୭ ଟି ବିଧାନସଭା ଆସନ ମଧ୍ୟରୁ ଉମରକୋଟ ଓ ମାଲକାନଗିରିରେ ବିଜେଡ଼ି ପରାଜୟ ହୋଇଥିଲା ବେଳେ ଏହି ଦୁଇଟି ଆସନକୁ ହାତେଇ ନେଇଥିଲା ବିଜେପି । ସାଂଗଠାନିକ ସ୍ଥିତିକୁ ନଜରରେ ରଖି ପୁଣି ଏଥର କିଭଳି ଭାବରେ ଦଳ ସଂପୂର୍ଣ୍ଣ ୭ଟି ସିଟକୁ ନିଜ ଅକ୍ତିଆରକୁ ନେଇ ପାରିବ ସେ ନେଇ ବିଜେଡ଼ି ଆରମ୍ଭ କରିଛି ଜୋରଦାର କସରତ । ବରିଷ୍ଠ ନେତା ମାନସ ମାର୍କା , ସୁବାସ ଗଣ୍ଡ, ଚନ୍ଦ୍ରଶେଖର ମାଝି , ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପଦ୍ମିନୀ ଡିଆନ୍ , ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ ଓ ବର୍ତ୍ତମାନର ସାଂସଦ ସାଂସଦ ରମେଶ ମାଝିଙ୍କୁ ନେଇ ନବୀନ ନୀବାସରେ ହୋଇଛି ସ୍ବତନ୍ତ୍ର ଆଲୋଚନା ।
ଅପରପକ୍ଷରେ ଏଥର ରମେଶ ମାଝିଙ୍କ ପରିବର୍ତ୍ତେ ପ୍ରଦୀପ ମାଝୀ ହୋଇପାରନ୍ତି ବିଜେଡ଼ି ପ୍ରାର୍ଥୀ ଓ ଝରିଗାଁ ବିଧାନସଭାରୁ ରମେଶ ମାଝୀ ହୋଇପାରନ୍ତି ବିଧାୟକ ପ୍ରାର୍ଥୀ। ଏନେଇ ଅନେକ ଆଲୋଚନା ହେବା ସହ ଓଡ଼ିଶାରେ ନବରଙ୍ଗପୁରରେ ପ୍ରଥମ ପର୍ଯ୍ୟୟ ଅଥବା ମଇ ୧୩ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆସନ୍ତା ଏପ୍ରିଲ ୧୮ରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା। ତେବେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡ଼ିର ପ୍ଲାନ୍ ବି ରେ କିଏ ମାରୁଛି ନବରଙ୍ଗପୁର ସାଂସଦ ବାଜି ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର।