Pratidin TV

Odisha's Digital News Platform

‘ହାଲୋ’କାମ କେମିତି ଚାଲିଛି ? ଫୋନ ମାଧ୍ୟମରେ ନବୀନ ବୁଝୁଛନ୍ତି ରାଜ୍ୟର ବିକାଶମୂଳକ କାର୍ଯ୍ୟ ।

1 min read

ହାଲୋ କାମ କେମତି ଚାଲିଛି ? ଏବେନବୀନ କଥା ହେଉଥିବା ଏଭଳି କିଛି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।
ନବୀନ ନେଉଛନ୍ତି ବିକାଶର ଅଡେଟ୍ । ଲୋକଙ୍କୁ ଫୋନ୍ କରି ବୁଝୁଛନ୍ତି ବିକାଶ କାମ । ସାଧାରଣ ଲୋକଙ୍କ ସହ ଫୋନରେ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ କିଛି ମାସ ହେଲା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓଡିଶାର କୋଣ ଅନୁକୋଣ ବୁଲଥିଲେ । ଅର୍ଥାତ ବିଭିନ୍ନ ଜିଲ୍ଲା , ସଦର ମହକୁମା , ବ୍ଲକ ଗୁଡିକ ବୁଲି ସାଧାରଣ ଜନତାଙ୍କ ସହ କଥା ହୋଇ ବିଭିନ୍ନ ଅଭିଯୋଗ ପତ୍ର ଆଣିଥିଲେ । ଏହାପରେ ସେହି ଅଭିଯୋଗ ପତ୍ର ଆଧାରରେ ଲୋକମାନଙ୍କ ସମସ୍ୟାର ସମାଧାନ କରିଥିଲେ । ଏଥିସହ ବିଭିନ୍ନ ପ୍ରକଳ୍ପର ଅର୍ଥାତ ମନ୍ଦିର ,ସ୍କୁଲ ଏବଂ ଇତ୍ୟାଦିର ନବୀକରଣ କରାଯାଇଛି । ତେବେ ୫ଟି ଅଧ୍ୟକ୍ଷ ଗାଁ ଗାଁ ଜିଲ୍ଲା ବୁଲୁଥିବା ବେଳେ ନିଜ ଘରେ ରହି ସମସ୍ତ କାମର ତଦାରଖ କିନ୍ତୁ ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଥିଲେ ।

ତେବେ ଏହି ଭିଡିଓ ଦେଖି ପାରିଥିବେ ମୁଖ୍ୟମନ୍ତ୍ରୀ ସାଧାରଣ ପୋଷାକ ପିନ୍ଧି ପାଦରେ ଚପଲ ପିନ୍ଧି ଜଗିଂ କରୁଥିବା ବେଳେ ଫୋନ ଧରି କିଭଳି ସମସ୍ତ କାମ ବିଷୟରେ ପଚାରି ବୁଝୁଛନ୍ତି । ଯେଉଁଭଳି ପ୍ରତିଟି କାମ ଶୀଘ୍ର ଏବଂ ଭଲ ଭାବେ ସମ୍ପୂର୍ଣ୍ଣ ହେବ ସେ ନେଇ ପଚାରି ବୁଝୁଛନ୍ତି । ଖାଲି ଏତିକି ନୁହେଁ ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି । ତେବେ ଏହି ବୟସରେ ବି ନବୀନ ପଟ୍ଟନାୟକ ଜନତାଙ୍କୁ ନେଇ କେତେ ôତତପର ଅଛନ୍ତି ଆଉ ଯୁବପିଢୀ ଭଳି ତାଙ୍କ ଭିତରେ କେତେ ଉର୍ଜା ଭରି ରହିଛି ।

Advertisement

ନବୀନ ସରକାର ହେଉଛି ଲୋକଙ୍କ ସରକାର । ମୋ ସରକାର ମାଧ୍ୟମରେ ଜନସାଧାରଣଙ୍କ ଫିଡ୍‌ବ୍ୟାକ ନେଇ ଗଣତନ୍ତ୍ରରେ ନିଆରା ପରମ୍ପରା ସୃଷ୍ଟି କରିଥିବା ନବୀନ ଲୋକଙ୍କ ସହ ସିଧାସଳଖ ଫୋନରେ କଥାହେବା ତାଙ୍କର ଓ ତାଙ୍କ ସରକାରର ଉତ୍ତରଦାୟିତ୍ୱର ପ୍ରମାଣ ଦେଉଛି ।

Leave a Reply

Your email address will not be published. Required fields are marked *