Pratidin TV

Odisha's Digital News Platform

ରୋମିଓ’ ଆସିବ, ଆତଙ୍କ ରଚିବ , ନୌସେନାର ଶକ୍ତି ବଢ଼ାଇବାକୁ ଆଇଏନ୍‌ଏସ୍ ଗରୁଡ଼ରେ ହେବ ସାମିଲ…

1 min read

ରୋମିଓ’ ଆସିବ, ଆତଙ୍କ ରଚିବ । ନୀଳ ସମୁଦ୍ରର ଛାତି ଚିରି ଶତ୍ରୁଙ୍କୁ ମାରିବ । ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଆସୁଛି ‘ରୋମିଓ’ । ଗଭୀର ସମୁଦ୍ରରେ ଶତ୍ରୁଙ୍କୁ ଟାର୍ଗେଟ କରି ନିପାତ କରିବ ରୋମିଓ ହେଲିକପ୍ଟର । ଆକାଶରେ ଉଡି ଉଡି ଶତ୍ରୁଙ୍କୁ ନିଶାନା ଲଗାଉଥିବା ଏହି ଅତ୍ୟାଧୁନିକ ହେଲିକପ୍ଟର ‘ଏମଏଚ- ୬୦ ଆର’କୁ ନୌସେନାରେ ସାମିଲ କରିବ ଭାରତ । ଆଉ ‘ରୋମିଓ’ର ଶକ୍ତି ମିଶିଗଲେ ଆହୁରି ବଳଶାଳୀ ହେବ ଭାରତୀୟ ନୌସେନା । ଆସନ୍ତା ବୁଧବାର ମାର୍ଚ୍ଚ ୬ରେ କୋଚିଠାରେ ଆଇଏନ୍‌ଏସ୍ ଗରୁଡରେ ସାମିଲ ହେବ ନୂଆ ‘ଏମଏଚ- ୬୦ ଆର’ ସିହକ୍ ହେଲିକେପ୍ଟର । ବ୍ଲାକହକ୍ ହେଲିକେପ୍ଟରର ଏହା ହେଉଛି ସାମୁଦ୍ରୀକ ସଂସ୍କରଣ । ଏହାକୁ ଭାରତୀୟ ପ୍ରତିରକ୍ଷା ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କୁହାଯାଇଛି ।

ସି-ହକ୍ ସ୍କ୍ୱାଡ୍ରନ୍ କୁ ନୌସେନାର ଆଇଏନ୍‌ଏଏସ୍ ୩୩୪ ଭାବେ କମିଶନ କରାଯିବ । ଏହି ଶକ୍ତିଶାଳୀ ହେଲିକେପ୍ଟରରେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଟେକ୍ନୋଲୋଜି ଖଞ୍ଜା ଜାଇଛି । ଏଥିରେ ହେଲଫାୟାର ମିସାଇଲ୍ ଏମକେ-୫୪ ଟର୍‌ପିଡୋ ଏବଂ ପ୍ରିସିଜନ୍ –କିଲ୍ ରକେଟ୍ ରହିଛି । ପ୍ରିସିଜନ୍ –କିଲ୍ ରକେଟ୍ ଦ୍ୱାରା ଶତୃ ପକ୍ଷ ଜାହାଜର ଗତିକୁ ଆକଳନ କରାଯାଇ ସଠିକ୍ ପ୍ରହାର କରାଯାଇ ପାରିବ । ତିଳେମାତ୍ର ଏହା ଫେଲ୍ ମାରିବ ନାହିଁ । ଏହି ହେଲିକେପ୍ଟର ସମୁଦ୍ର ଭିତରେ ହଜାର ହଜାର ଫୁଟ ପାଣି ତଳେ ଶତୃପକ୍ଷ ବୁଡାଜାହାଜକୁ ଖୋଜି ହମଲା କରିପାରିବ । ଏହା ନଜରରୁ ଶତୃ ପକ୍ଷର କୌଣସି ଜାହାଜ ବର୍ତ୍ତିପାରିବ ନାହିଁ । ଏଥିରେ ଲାଗିଥିବା ଶକ୍ତିଶାଳୀ ରାଡାର ତୀକ୍ଷ୍‌ଣ ନଜର ରଖିବ । ଏହାକୁ ରୋମିଓ ହେଲିକେପ୍ଟର କୁହାଯାଇଛି । ସବୁଠାରୁ ବଡକଥା ହେଉଛି, ଏହି ହେଲିକପ୍ଟରର ନାମ ଯେମିତି କାମ ବି ସେମିତି । ‘ରୋମିଓ’ ପ୍ରେମଭରା ନାଁ ଭଳି ଲାଗୁଥିବା ବି ଏହା କିନ୍ତୁ ଶତ୍ରୁଙ୍କ ପାଇଁ ଭାରି କଠୋର ।

Advertisement

Leave a Reply

Your email address will not be published. Required fields are marked *