Pratidin TV

Odisha's Digital News Platform

ବିଚ୍ଛେଦ ପରେ ଏହି ସର୍ତ୍ତ ରଖିଲେ ନୱାଜ, ରାଜି ହୋଇଗଲେ ଗୈାତମ…

1 min read

ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ରେମଣ୍ଡ ଗ୍ରୁପର ମାଲିକ ଗୈାତମ ସିିଂଘାନିଆ । ଦୀର୍ଘ ୩୨ ବର୍ଷ ଏକାଠି ରହିବା ପରେ ପତ୍ନୀ ନୱାଜ ମୋଦୀ ସିଙ୍ଗାନିଆଙ୍କ ଠାରୁ ଅଲଗା ହେବାର ନେଇଥିଲେ ନିଷ୍ପତ୍ତି । କିନ୍ତୁ କୋଟିପତି ସ୍ୱାମୀଙ୍କଠାରୁ ଛାଡପତ୍ର ନେବା ପରେ ଏତେ ସହଜରେ ଛାଡି ନାହାନ୍ତି ସ୍ତ୍ରୀ ନୱାଜ । ରଖିଛନ୍ତି ଏକ ସର୍ତ୍ତ । ଦମ୍ପତିଙ୍କ ଛାଡପତ୍ର ପରେ ପାରିବାରିକ ସମାଧାନର ଏକ ଅଂଶ ଭାବରେ ଗୈାତମ ସିଙ୍ଗାନିଆଙ୍କ ପତ୍ନୀ ନୱାଜ ମୋଦୀ ଦୁଇ ଝିଅ ଓ ନିଜର ଭରଣ ପୋଷଣ ପାଇଁ ଏହିତ୍ତ୍‌ର୍ ରଖଥିବା ଜଣାପଡିଛି । ସର୍ତ୍ତରେ ଝିିଅ ନିହାରିକା ଏବଂ ନିସାଙ୍କ ପାଇଁ ୧.୪ ବିଲିୟନ ଡଲାର ମୂଲ୍ୟର ୭୫% ଦାବି କରିଛନ୍ତି । ଆଉ ଏହି ସର୍ତ୍ତରେ ମଧ୍ୟ ଗୈାତମ ରାଜି ହୋଇଛନ୍ତି । ଏହି ରାଶିକୁ ପୈଠ କରିବା ପାଇଁ ଗୈାତମ ଏକ ଫ୍ୟାମିଲି ଟ୍ରଷ୍ଟ ତିଆରି କରିବାକୁ କହିଛନ୍ତି । ଏବଂ ପରିବାରର ସମ୍ପତ୍ତିକୁ ଏହାକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି ।

ଦୀର୍ଘ ଆଠ ବର୍ଷର ପ୍ରେମ ସମ୍ପର୍କ ପରେ ୧୯୯୯ ରେ ନୱାଜ ମୋଦୀଙ୍କୁ ବିବାହ କରିଥିବା ବିଲିୟନେୟାର ଗୈାତମ ସିଙ୍ଗାନିଆ ଚଳିତ ବର୍ଷ ନଭେମ୍ବର ୧୩ ରେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବା ଘୋଷଣା କରି କରିିଥିଲେ । ନିକଟରେ ଗୈାତମ ଏକ ଭାବବିହ୍ୱାଳ ପୋଷ୍ଟ ମଧ୍ୟ ସେୟାର କରିଥିଲେ । ସେ ଲେଖିଥିଲେ ଯେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ଅଲଗା ହୋଇଯାଉଛୁ । କିନ୍ତୁ ଆମେ ଦୁହେଁ ପୂର୍ବରୁ ଯେମିତି ଝିଅ ନିହାରିକା ଓ ନିଶାଙ୍କ ଯତ୍ନ ନେଉଥିଲୁ ସେମିତି ନେବୁ । ଦୁଇ ଝିଅଙ୍କ ପାଇଁ ଯେଉଁଟା ଉଚିତ ହେବ ତାହା ହିଁ କରିବୁ । ‘

Advertisement

Leave a Reply

Your email address will not be published. Required fields are marked *