Pratidin TV

Odisha's Digital News Platform

ମନୋହରପୁର ରେଳ ଧାରଣା ଉଡାଇଦେଲେ ନକ୍ସଲ …

ରାଉଲକେଲା ; ଲାଲବାହିନୀଙ୍କ ଲଙ୍କା କାଣ୍ଡ । ରାତାରାତି ଉଡାଇଦେଲେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇ ଦେଲେ ନକ୍ସଲ । ଫଳରେ ଗତକାଲିଠୁ ଓଡିଶାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିଲା । ଥଣ୍ଡା ବିଳମ୍ବିତ ରାତ୍ରିରେ ଯାତ୍ରୀମାନେ ମଧ୍ୟ ହନ୍ତସନ୍ତ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଘଟଣା ସ୍ଥଳରୁ ନକ୍ସଲ ପୋଷ୍ଟର ମଧ୍ୟ ମିଳିଛି । ତେବେ ଆଜି ମଧ୍ୟ ନକ୍ସଲମାନଙ୍କ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ସୂଚନା ରହିଛି।

Leave a Reply

Your email address will not be published. Required fields are marked *