ନକ୍ସଲ ବିରୁଧରେ ନକ୍ସଲ ମାରିଲ ମାଓ ପୋଷ୍ଟର ।
1 min readମାଲକାନଗିରି ; ଦୀର୍ଘ ଦିନ ର ନିରବତା ପରେ ପୁଣି ମାଲକାନଗିରି ଜିଲ୍ଲାରେ ସକ୍ରିୟ ହୋଇ ଉଠିଛି ମାଓ ସଙ୍ଗଠନ। ଏଥିନେଇ ଆଜି ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି ପଟେଲ ପପୁଲୁର ପ୍ରଭୁତି ଗ୍ରାମ ଗୁଡିକରେ (Aobszc ) ଆନ୍ଧ୍ର ଓଡିଶା ସୀମାନ୍ତ ମାଓ ସଂଘଠନ ସଂପାଦକ ଗଣେଶ ପକ୍ଷରୁ ରୁ ବିଭିନ୍ନ ସ୍ଥାନ ରେ ତେଲୁଗୁ ଓଡ଼ିଆ ଭାଷାରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି।
ଏଥିରେ ବଂଗପୁଟ, ରଙ୍ଗବେଲ, କଣ୍ଡୁରମ୍ ଗ୍ରାମ ଗୁଡିକରେ ରମେଶ ରାକେଶ,ସପ୍ନା ତୁଲେଶି ଯେଉଁ ମାନେ ପୁର୍ବରୁ ମାଓ ସଂଘଠନ ରେ ସକ୍ରିୟ କାର୍ଯ୍ୟ କରୁଥିଲେ । କିନ୍ତୁ ବର୍ତମାନ ସେମାନେ ସଂଘଠନ ଛାଡି ଠିକାଦାର ଓ ଲୋକଙ୍କ ଠାରୁ ଟଙ୍କା ବଟି ଆଦାୟ କରୁଛନ୍ତି ଏବଂ ମାଓ ସଂଘଠନକୁ ବଦନାମ କରୁଛନ୍ତି । ତେଣୁ ସେମାନଙ୍କୁ ମାଓବାଦୀ ପାର୍ଟିରୁ ବହିସ୍କାର କରାଯାଇଥିବା ଏହା ପୋଷ୍ଟର ରେ ଉଲ୍ଲେଖ ରହିଛି ।
ସେହିଭଳି ସେମାନେ ଗ୍ରାମକୁ ଆସିଲେ ସେମାନଙ୍କୁ ସହଯୋଗ ନକରି ବାନ୍ଦିକି ରଖି ବା ପାଇଁ କୁହା ଯାଇଛି । ପୋଲିସ ଏହି ପୋଷ୍ଟର କୁ ଜବତ କରି ବିଭିନ୍ନ ଦିଗରେ ତଦନ୍ତ ଚଳାଇଥିବା ଜଣାପଡିଛି ।