Pratidin TV

Odisha's Digital News Platform

ପୁଣି ନାୟାବ ସିଂହ ସଇନି ହେଲେ ମୁଖ୍ୟମନ୍ତ୍ରୀ , ଫୋନ କରି ଶୁଭେଚ୍ଛା ଜଣାଇଲେ ମୋଦି ..

1 min read

ବିଜେପିର ବରିଷ୍ଠ ନେତା ନାୟବ ସିଂହ ସୈନି ବିଧାନସଭା ନିର୍ବାଚନରେ କମାଲ କରିଛନ୍ତି। ସେ ଲଡୱା ଆସନରୁ ୧୦ ହଜାରରୁ ଅଧିକ ଭୋଟରେ କଂଗ୍ରେସର ମେୱା ସିଂହଙ୍କୁ ପରାସ୍ତ କରିଛନ୍ତି । ଜାଠ ବହୁଳ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବେ ପରିଚିତ। ବିଜେପି ତା’ ଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ମଧ୍ୟ ବାଜିମାତ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟାବ ସଇନିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସଦ୍ୟ ରିପୋର୍ଟ ମୁତାବକ ହରିଆଣାରେ ସରକାର ଗଠନ କରିବାକୁ ୪୭ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ ବିଜେପି ୪୯, କଂଗ୍ରେସ ୩୬ ଟି ଆସନରେ ଆଗୁଆ ଚାଲିଛି ।

ଏଗଜିଟ୍ ପୋଲ ତଥ୍ୟ ମିଥ୍ୟା ପ୍ରମାଣିତ ହେବାକୁ ଯାଉଛି । ଏଗଜିଟ୍ ପୋଲ କରିଥିବା ସମସ୍ତ ସର୍ଭେ ସଂସ୍ଥା ହରିୟାଣାରେ କଂଗ୍ରେସକୁ ବହୁମତ ମିଳୁଥିବା ଦେଖାଇଥିଲେ । ହେଲେ ଏବେ ଟ୍ରେଣ୍ଡ ମୁତାବକ ଏଗଜିଟ୍ ପୋଲ ମିଥ୍ୟା ପ୍ରମାଣିତ ହେବାକୁ ଯାଉଛି । ତେବେ ନିର୍ବାଚନର ପ୍ରାୟ 200 ଦିନ ପୂର୍ବରୁ ସଇନିଙ୍କୁ ହରିୟାନାର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ରାଜ୍ୟରେ ନିର୍ବାଚନ ପୂର୍ବରୁ ଭାଜପା ଏହାର ଛବି ସୁଧାରିବା ଲାଗି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା। ଲୋକସଭା ନିର୍ବାଚନ ପାଇଁ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *