Pratidin TV

Odisha's Digital News Platform

ବୈଠକରେ ହେଲା ନିଷ୍ପତ୍ତି ,ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ..

1 min read

ହରିୟାଣାରେ ପୁଣି ନାୟବ ସରକାର। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟକ ସିଂହ ସୈନୀ। ବୁଧବାର ଚଣ୍ଡିଗଡ଼ରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ନାୟବ ସିଂହ ସୈନୀ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜ୍‌ ପରବର୍ତ୍ତୀ ସିଏମ ପାଇଁ ସାଇନିଙ୍କ ନାମ ପ୍ରସ୍ତାବ ଦେଇଥିଲେ।

ହରିୟାଣାର ବିଧାୟକ ଦଳର ନେତା ଭାବରେ ସାଇନି ନିର୍ବାଚିତ ହେବା ପରେ ବର୍ତ୍ତମାନ ସରକାର ଭବନରେ ସରକାର ଗଠନ ଦାବି ଉପସ୍ଥାପନ କରାଯିବ ଏବଂ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ଗୁରୁବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।ବୈଠକରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *