Pratidin TV

Odisha's Digital News Platform

ହରିୟାଣାରେ ନୂଆ ସରକାର , ନାୟବ ସିଂ ହେବେମୁଖ୍ୟମନ୍ତ୍ରୀ …

ହରିୟାଣା ରାଜନୀତିରେ ଦେଖାଦେଇଛି ଅସ୍ଥିରତା । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୁରା କ୍ୟାବିନେଟ ଦେଇଛି ଇସ୍ତଫା ।
ମନୋହର ଲାଲଙ୍କ ଇସ୍ତଫା ପରେ ନାୟବ ସିଂ ସାଇନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ । ଏବେ ହରିୟାଣାର ଶାସନର ଡୋର ସମ୍ଭାଳିବେ ନାୟବ ସିଂ ସାଇନି । ଏବେ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହାସହ ନାୟବ ସିଂ ସାଇନିଙ୍କ ନାମରେ ବିଧାନସଭା ପାର୍ଟି ବୈଠକରେ ସହମତି ପ୍ରକାଶ ପାଇଛି । ତେବେ ବୈଠକ ପରେ ନାୟବ ସିଂ ସାଇନି ବିଧାନସଭାର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ ।

ଆଜି ହରିୟାଣାର ରାଜନୈତିକ ହଟଚମଟ ଭିତରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଖଟ୍ଟରଙ୍କ ସହିତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେବେ ଏହାପରେ ନାୟବ ସିଂ ସାଇନି ନାମକୁ ନେଇ ଚର୍ଚ୍ଚା ହୋଇଥିଲା ।
ତେବେ ବିଧାନସଭାରେ ହୋଇଥିବା ବୈଠକରେ ତାଙ୍କ ନାମରେ ମୋହର ବାଜିଥିଲା । ନାୟବ ସିଂ ସାଇନି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ସମୟରେ ରାଜଭବନ ଯାଇ ରାଜ୍ୟପାଳଙ୍କ ସହିତ ସାକ୍ଷାତ କରିବେ ।

ନାୟାବ ସିଂହ ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ । ଏହା ବ୍ୟତୀତ ତାଙ୍କର ରାଜନୀତିରେ ଅନେକ ଅଭିଜ୍ଞତା ମଧ୍ୟ ଅଛି । ନାୟାବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି । ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି । ଏହା ବ୍ୟତୀତ ସେ କୁରୁକ୍ଷେତ୍ରରୁ ବିଜେପି ଏମ୍‌ପି ମଧ୍ୟ ଅଟନ୍ତି । ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି । ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ ।

Leave a Reply

Your email address will not be published. Required fields are marked *