Pratidin TV

Odisha's Digital News Platform

ଐତିହସିକ ବିଜୟ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ନାୟବ ସିଂହ ସୈନି…

1 min read

ଐତିହସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି । ଏହି ସମୟରେ ରାଜ୍ୟରେ ସରକାର ଗଠନ ନେଇ ସେ ଆଲୋଚନା କରିଛନ୍ତି । ସେହିପରି ଚର୍ଚ୍ଚା ହେଉଛି ଯେ, ଦଶହରାରେ ହରିୟାଣାରେ ବିଜେପି ପୁଣି ସରକାର ଗଠନ କରିପାରେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ। ଚାଳିତଥର ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ନା ନାହିଁ ତାହା ସ୍ପଷ୍ଟ ଏଯାଏଁ ହୋଇ ନାହିଁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡ୍ଡା, ରାଜନାଥ ସିଂହଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ନାୟବ ସିଂହ ସୈନି ।

ପୂର୍ବରୁ ମନୋହର ଲାଲ ଖଟରଙ୍କୁ ହଟାଇ ସୈନିକୁ ହରିୟାଣାର ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ଅନ୍ୟ ପଛୁଆ ବର୍ଗରୁ ଆସିଥିବା ସୈନି ନିର୍ବାଚନରେ ବିଜେପିକୁ ବିଜୟୀ କରାଇଛନ୍ତି । ତେବେ ଏଥର ମଧ୍ୟ ପୁଣି ଦଳ ସୈନିକୁ ମୁଖ୍ୟମନ୍ତ୍ରୀ କରିପାରନ୍ତି । “ଜାମ୍ମୁ କାଶ୍ମୀରର ବିକାଶ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୃଦୃଢ଼ କରିବା ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଭେଟିବା ପରେ ସୈନି କହିଛନ୍ତି ଯେ ମୋର କର୍ତ୍ତବ୍ୟ କରିଛି, ଦଳ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ ରହିଛି । ସେହିପରି ହରିୟାଣାରେ ବିଜୟ ଶ୍ରେୟ ସୈନି ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ନୀତି ଯୋଗୁ ଦଳକୁ ରାଜ୍ୟରେ ବିଜୟ ମିଳିଛି।

Advertisement

Leave a Reply

Your email address will not be published. Required fields are marked *