Pratidin TV

Odisha's Digital News Platform

ହରିୟାଣା କୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ , ଖଟ୍ଟରଙ୍କ ପାଦ ଛୁଇଁ ଶପଥ ନେଲେ ନାୟବ ସିଂ ସାଇନି…

1 min read

ହରିୟାଣା କୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ରାଜ୍ୟ ସଭାପତି ନାୟବ ସିଂ ସାଇନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ରାଜଭବନରେ ପଦ ଗୋପନୀୟତାର ଶପଥ ପାଠ କରିଛନ୍ତି ନାୟବ ସିଂ ସାଇନି । ସେ ଶପଥ ନେବା ପୂର୍ବରୁ ମନୋହର ଲାଲ ଖଟ୍ଟରଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ହରିୟାଣା ବିଜେପି ଅଧ୍ୟକ୍ଷ ନାୟାବ ସିଂହ ସୈନୀ ପଛୁଆ ବର୍ଗ ସମ୍ପ୍ରଦାୟରୁ ଆସୁଛନ୍ତି । ହରିୟାଣା ରାଜନୈତିକ ସମୀକରଣକୁ ନଜରରେ ରଖି ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେପି ।

ରାଜ୍ୟରେ ଜାଟ୍ ସମ୍ପ୍ରଦାୟ ବଦଳରେ ସମଗ୍ର ଓବିସି ବର୍ଗର ସମର୍ଥନ ହାସଲ କରିବାକୁ ବିଜେପି ଦଳର ପଛୁଆ ବର୍ଗର ଚେହେରା ନାୟାବ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି । କନୱର ପାଲ ଗୁର୍ଜର ଖଟ୍ଟର ସରକାରରେ ଶିକ୍ଷାମନ୍ତ୍ରୀ ଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ଦୁଷ୍ୟନ୍ତ ଚୌଟାଲାଙ୍କ ଦଳ ବିଜେପିର ୪ ଜଣ ବିଧାୟକ ଦେବେନ୍ଦ୍ର ବବଲି , ଇଶ୍ୱର ସିଂହ , ଯୋଗୀରାମ ଓ ରାମ ନିବାସ ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *