Pratidin TV

Odisha's Digital News Platform

ଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ

1 min read

ନୟାଗଡ଼ : ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଶୁକ୍ରବାର ମଧ୍ୟାହ୍ନରେ ଖଣ୍ଡପଡ଼ା ଗସ୍ତରେ ଆସି ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଆସନ୍ତା କାଲି ଶନିବାର ମହାପ୍ରଭୁଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର କତ୍ତୃପକ୍ଷ କ’ଣ ବ୍ୟବସ୍ଥା କରିଛନ୍ତି,ସେ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଖଣ୍ଡପଡ଼ା ରାଜା ବୀଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଓ ପୁଜକ ମାନଙ୍କ ସହ ଆଲୋଚନା କରିଛନ୍ତି।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପୋଲିସ କର୍ମଚାରୀଙ୍କୁ ମୃତୟନ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଖଣ୍ଡପଡ଼ା ଏସଡିପିଓ ବିମଳ କୁମାର ବାରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଗୁଣ୍ଡିଚା ଯାତ୍ରା ଓ ବକ୍ଷହୁଡା ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହେବ ସେ ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ ବିଶେଷ ଗୁରୁତ୍ବ ଦେବା ସହ ଆଲୋଚନା କରିଛନ୍ତି। ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିବା ସହ ଐତିହ୍ୟ ସମ୍ପନ୍ନ ଖଣ୍ଡପଡ଼ା ରାଜବାଟି ପରୀସରକୁ ପରିଦର୍ଶନ କରି ବିଶେଷ ଆନନ୍ଦ ଅନୁଭବ କରିଥିଲେ।

Advertisement

ଖଣ୍ଡପଡ଼ା ରାଜା ଶ୍ରୀ ସିଂହ ଜଗନ୍ନାଥ ମନ୍ଦିରର ଇତିହାସ ଓ ଖଣ୍ଡପଡ଼ା ରାଜା ରାଜୁଆଡ ର ଇତିହାସ ଓ କିମ୍ବଦନ୍ତୀ ଉପରେ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ। ଶ୍ରୀ ଜୈନ ଖଣ୍ଡପଡା ର ସମସ୍ତ ଐତିହାସିକ କିମ୍ବଦନ୍ତୀ ଉପରେ ନିଜର ଆଗ୍ରହ ପ୍ରକାଶ କରି ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଖଣ୍ଡପଡ଼ା ରାଜବାଟି ର ସମସ୍ତ ଐତିହାସିକ ତଥ୍ୟ ବୁଲି ଦେଖିବା ସହ ବୁଝିଥିଲେ ଏବଂ ଖୁସି ମଧ୍ୟ ହୋଇଥିଲେ । ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ ଖଣ୍ଡପଡ଼ା ଥାନାରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *