Pratidin TV

Odisha's Digital News Platform

ଓଡିଶାବାସୀଙ୍କ ଛାତି ଥରାଇଲା ନୟାଗଡ ଘଟଣା ; ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ସ୍ତ୍ରୀ , ମାଟି ଖୋଳି ବାହାରକଲା ପୋଲିସ ।

1 min read

ନୟାଗଡ ; ନା ଏମିତି ଚାଞ୍ଚଲ୍ୟକର ଘଟଣା କେବେ ଘଟିଛି ନା କିଏ ଶୁଣିଛି । ସାରା ଓଡିଶା ବାସୀଙ୍କୁ ସ୍ତବ୍ଧ କରାଦେଇଛି ନୟାଗଡରେ ଚାଞ୍ଚଲ୍ୟ ଖେଳାଇଥିବା ଘଟଣା । ୧୪ ବର୍ଷର ସର୍ମ୍ପକକୁ ତୁଚ୍ଛ କରି ପ୍ରେମିକ ପାଇଁ ସ୍ୱାମୀକୁ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ । ଏଭଳି ଏକ ଭୟଙ୍କର ଘଟଣା ନୟାଗଡ ଜିଲ୍ଲା ଓଡଗାଁରୁ ଥାନା କୋମଣ୍ଡ ଅଞ୍ଚଳରୁ ସାମ୍ନାକୁ ଆସିଛି । ମୃତ ସ୍ୱାମୀ ଙ୍କ ନା ପ୍ରକାଶ ନାୟକ। ପୁଲିସ ସ୍ତ୍ରୀ ଜୋସ୍ନାରାଣୀ ନାୟକ, ପ୍ରେମିକ ସୋନୁ ସାମଲ ଓ ଶାଶୁ ଡମଣୀ ପ୍ରଧାନଙ୍କୁ ଅଟକ ରଖିଛି।

ଘଟଣାକୁ ୧୦ ଦିନ ବିତିବାପରେ ଆଜି ପୋଲିସ ସମୃକ୍ତ ଘଟଣା ପଛରେ ଥିବା କାରଣକୁ ଖୋଜି ବାହର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ ଓଡଗାଁ ଥାନା ରିହିବାଙ୍କ ଗ୍ରାମର ଗୋଲକ ନାୟକ ପୁଅ ପ୍ରକାଶ ନାୟକ (୩୭) କୋମଣ୍ଡା ଗ୍ରାମର ନାଟୁଆ ପ୍ରଧାନଙ୍କ ଝିଅ ଜ୍ୟୋସ୍ନାରାଣୀଙ୍କୁ ବିବାହ କରି ଶ୍ୱଶୁର ଘରେ ରହୁଥିଲେ। ଊଭୟଙ୍କର ୭ ବର୍ଷର ଏକ ଝିଅ ଓ ୫ ବର୍ଷର ଏକ ପୁଅ ମଧ୍ୟ ଅଛି । କିନ୍ତୁ ଜ୍ୟୋସ୍ନାରଣୀ ସେହି ଗ୍ରାମର ଜଣେ ଜୈନିକ ଯୁବକ ଙ୍କୁ ଭଲପାଇବସିଥିଲେ । ଉଭୟଙ୍କ ମଧ୍ୟ ପ୍ରେମ ସର୍ମ୍ପକ ଗଢିଉଠିଥିଲା । ତେବେ ଏସବୁ କଥା ସ୍ୱାମୀ ପ୍ରକାଶ ସାମ୍ନାକୁ ଆସିବା ପରେ ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ଜ୍ୟୋସନ୍ନା । ନିଜ ପ୍ରେମିକ ଓ ମା ସହ ମିଶି ପ୍ରକାଶଙ୍କୁ ଜୀବନରୁ ମାରିଦେଇ ଘରର ମାଟିତଳେ ପୋତିଦେଇଥିଲା । କିନ୍ତୁ କୁହନ୍ତିନି ସତ କେବେ ଲୁଚି ରୁହେନି ପାପାର ମାଠିଆ ଦିନେ ନିଶ୍ଚିତ ପୁରେ । ଠିକ୍ ସେହିଭଳି ଜ୍ୟୋସ୍ନାଙ୍କ କୁକର୍ମ ୧୦ ଦିନ ପରେ ସମାଜ ସାମ୍ନାକୁ ଆସିଛି ।

Advertisement

ଏମିତି ଧରାପଡିଲା ଘଟଣା –
ମୃତ ପ୍ରକାଶ ୫,୭ ଦିନ ବ୍ୟବଧାନରେ ନିଜ ଗାଁକୁ ଯାଇ ବାପା ମାଙ୍କୁ ଦେଖି ତାଙ୍କ କଥା ବୁଝି ଆସନ୍ତି । କିନ୍ତୁ ଦୀର୍ଘ ଗତ ୧୦ ଦିନ ହେବ ପ୍ରକାଶ ଘରକୁ ନଯିବାରୁ ବାପା ଗୋଲକଙ୍କ ମନ ମାନିନଥିଲା ପୁଅକୁ ଦେଖିବା ପାଇଁ ସେ ବାହରିପଡିଥିଲେ । କିନ୍ତୁ ସ୍ତ୍ରୀ ଜ୍ୟୋସ୍ନା ସ୍ୱାମୀ କୁଆଡେ ପଳାଇଥିବା କହିଥିଲେ ଶଶୂରଙ୍କୁ । ଏନେଇ ଗୋଲଖ ଓଡଗାଁ ଥାନାରେ ପୁଅ ପ୍ରକାଶର ନାଁରେ ନିଖୌଜ ମାମଲା ଦାୟର କରିବାକୁ ଯାଇଥିଲେ । ମାତ୍ର ସାଙ୍ଗରେ ପୁଅର ଆଧାରକାର୍ଡ ଆଣିନଥିଲେ। ଆଧାରକାର୍ଡ ପାଇଁ ପ୍ରକାଶଙ୍କ ଶ୍ୱଶୁର ଘରକୁ ଯାଇଥିଲେ ତାଙ୍କ ବାପା। ଶ୍ୱଶୁର ଘରୁ ଆଧାରକାର୍ଡ ଆଣିଲା ବେଳେ ଘର ଭିତରେ ମାଟି ଖୋଳାହୋଇଥିବା ଦେଖିଥିଲେ। ହେଲେ କାହାକୁ କିଛି ନକହି ଆଧାରକାର୍ଡ ନେଇ ଥାନାକୁ ପଳାଇଆସିଥିଲେ। ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ପୁଅକୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଛି ବୋଲି ପୁଲିସ ଅଧିକାରୀଙ୍କ ନିକଟରେ କହିଥିଲେ।

ଏହାପରେ ପୋଲିସ ହଠାତ୍ ସେଠାରେ ପହଞ୍ଚି ଖୋଳତାଡ ଆରମ୍ଭ କରିବା ସହ ସନ୍ଦେହ ବଢିଥିଲା । ଏନେଇ ପୋଲିସ ଓଡଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଘରେ ଭିତରେ ମାଟି ଖୋଳି ଦେଖିଲା ବେଳକୁ ପ୍ରକାଶଙ୍କ ମୃତଦେହ ମିଳିଥିଲା। ପ୍ରକାଶଙ୍କୁ ସ୍ତ୍ରୀ ଓ ତାଙ୍କ ପ୍ରେମିକ ମାରି ଦେଇଥିବା ପୁଲିସ ଜାଣିବାକୁ ପାଇଥିଲା। ପରକୀୟା ପ୍ରୀତି ଧରାପଡ଼ିଯିବାରୁ ପ୍ରେମିକ ସହ ସ୍ତ୍ରୀ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ଆଶଙ୍କାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରିବା ସହ ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କ ନେଇ ସିନ୍ ରିକ୍ରିଏଟ୍ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *