Pratidin TV

Odisha's Digital News Platform

ହସ୍ପିଟାଲ ଲିଫ୍ଟ ଭିତରେ ନାବାଳିକାକୁ ଦୁଷ୍କର୍ମ କଲା ଝାଡୁଦାର ..

1 min read

ସୀମା ଟପିଲା ପାଶବିକତା । ଯୌନ ଲାଳସାକୁ ପୁରା କରିବାକୁ ମଣିଷରୁ ପଶୁ ପାଲଟିଗଲା ଏ କାମାନ୍ଧ ମଣିଷ । ହସ୍ପିଟାଲ ର ଲିଫ୍ଟରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛି ଝାଡୁଦାର । ଯାହାକୁ ମୁଣ୍ଡ ଟେକିଛି ବିବାଦ । ତେବେ ଏପରି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ନୟାଗଡରେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବ ନିର୍ମିତ କୋଠାର ଲିଫ୍ଟ ଭିତରେ ଜଣେ ନାବାଳିକାକୁ ଚିକିତ୍ସାଳୟର ଜଣେ କର୍ମଚାରୀ ଅସଦାଚରଣ କରିଥିବା ନାବାଳିକାଙ୍କ ବାପା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅସଦାଚରଣ କରାଯାଇଥିବା ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତେବେ ଅସଦାଚାରଣ କରିଥିବା ଅଭିଯୁକ୍ତ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପ୍ରତାପ କୁମାର ନାୟକ ବୋଲି ଅଭିଯୋଗରେ ଦର୍ଶାଯାଇଛି । ସୂଚନାରୁପ୍ରକାଶଯେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ଜଣେ ମହିଳା କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ମେଡିକାଲରେ ଚିକିସ୍ଥିତ ହେଉଥିଲେ । ମହିଳାଙ୍କର ପାଖରେ ତାଙ୍କର ନାବାଳିକା ଝିଅ ଥିଲେ ।ତେବେ ନାବାଳିକା ଜଣଙ୍କ ରାତି ପ୍ରାୟ ୯ଟା ବେଳେ ଡାକ୍ତରଖାନା ପରିସରରେ ଥିବା ନିରାମୟ କେନ୍ଦ୍ରକୁ ଔଷଧ ଆଣିବାକୁ ଯାଇଥିଲେ । ଲିଫ୍ଟ ଯୋଗେ ସେ ମେଡିସିନ ୱାର୍ଡକୁ ଫେରୁଥିବା ବେଳେ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ ପ୍ରତାପ କୁମାର ନାୟକ ଲିପ୍ଟ ଅଟକାଇ ଭିତରେ ପଶିଥିଲେ । ନାବାଳିକା ଏକୁଟିଆ ଥିବାର ସୁଯୋଗ ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

Advertisement

ଏହି ବିଷୟ ବାହାରେ ଜଣାଇଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିବା ଅଭିଯୋଗରୁ ଜଣାପଡିଛି । ଅସଦାଚରଣର ଶିକାର ହୋଇଥିବା ନାବାଳିକା ଜଣକ ଲିଫ୍ଟ ଭିତରେ ଅଚେତ ହୋଇପଡ଼ିଥିବା ବେଳେ ପ୍ରତାପ ସେଠାରୁ ଚମ୍ପଟ ମାରିଥିଲା । ଅନ୍ୟ ରୋଗୀ, ଏବଂ ରୋଗୀଙ୍କ ସମ୍ପର୍କୀୟ ଏବଂ ଡାକ୍ତରଖାନାର କିଛି କର୍ମଚାରୀ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ନାବାଳିକାଙ୍କ ବାପା ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୁକ୍ତକୁ ଧରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *