Pratidin TV

Odisha's Digital News Platform

ପରୀ ହତ୍ୟାମାମଲା : ଅଭିଯୁକ୍ତକୁ ମିଳିଲା ୨୦ ବର୍ଷ ସଶ୍ରମ କାରାଦଣ୍ଡ ..

1 min read

ବହୁ ଚର୍ଚ୍ଚିତ ପର ହତ୍ୟା ମାମଲା । ଅଭିଯୁକ୍ତକୁ ମିଳିଲା ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଏଥିସହ ଛଅ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ । ନିୟାଗଡ ଚିଲଡ୍ରେନ୍ସ କୋର୍ଟ ଏହି ଘଟଣାର ବିଚାର କରି ରାୟ ଶୁଣାଇଛନ୍ତି । ୨୦୨୦ ମସିହାରେ ପରୀ ହତ୍ୟା କାଣ୍ଡ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।

ଘର ସାମ୍ନାରେ ପରୀ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ୧୦ ଦିନ ପରେ ପରୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ଅଖା ବସ୍ତା ଭିତରୁ ପରୀର ଦେହାବଶାଷକୁ ଉଦ୍ଧାର କରିଥିଲା ପୋଲିସ । ଏହାପରେ ତଦନ୍ତକାରୀ ଟିମ୍ ଏହି ଘଟଣାକୁ ଗୁରୁତର ସହ ନେଇ ଘଟଣାର ଛାନ୍ ଭିନ୍ କରି ଅଭିଯୁୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା । ଗିରଫ ସରୋଜ ସେଠୀ ନାବାଳକ ହୋଇଥିବାରୁ ପୋକ୍ସ କୋର୍ଟ ଅଭିଯୁକ୍ତକୁ ରାଉରକେଲା ବାଳ ସୁଧାରଗୃହକୁ ପଠାଇଦେଇଥିଲା ।

Advertisement

Leave a Reply

Your email address will not be published. Required fields are marked *