Pratidin TV

Odisha's Digital News Platform

ରେଞ୍ଜର ଅଫିସରଙ୍କ ଉନ୍ମତ କାଣ୍ଡ : ଅଭିଯୋଗ ଜଣାଇବାକୁ ଯାଇଥିବା ଗ୍ରାମବାସୀଙ୍କ ସହ ସାମ୍ବାଦିକଙ୍କୁ କଲେ ଅଶ୍ଳୀଳ ବ୍ୟବହାର ..

1 min read

ନୟାଗଡ : ନିଜର ଶାଳୀନତା ଏବଂ ଦାଇତ୍ୱବୋଧତା ଭୁଲିଗଲେ ଓଡଗାଁ ରେଞ୍ଜ ଅଫିସର ଆଶିଷ କଂହର l ଅଭିଯୋଗ ଜଣାଇବାକୁ ଆସିଥିବା ଗ୍ରାମବାସୀ ମାନଙ୍କ ସହିତ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ନିଜ ଅଫିସ ଭିତରେ ଦେଖାଇଲେ ଅଶ୍ଳୀଳ ବ୍ୟବହାର l ଘଟଣା ଏହିପରି ଯେ ଓଡଗାଁ ବନଖଣ୍ଡ ଅଧୀନରେ ଥିବା ଆମ୍ବପଡା ଫରେଷ୍ଟ ଗାର୍ଡ କ୍ଵାଟର ତିଆରି କରିବା ପାଇଁ ଦଶଲକ୍ଷ ଟଙ୍କା ସରକାରୀ ସ୍ତରରେ ମଂଜୁର ହୋଇ ଆସିଥିଲା l କିନ୍ତୁ ରେଞ୍ଜର ଏହି ଟଙ୍କାକୁ ଠିକ ଜାଗାରେ ଉପଯୋଗ ନକରି ଆମ୍ବପଡା ଠାରୁ ୬ କିଲୋମିଟର ଦୂର ବାହାଡାଝୋଲା ଠାରେ ଏକ କ୍ଵାଟର ତିଆରି କରି ସେଠାରେ ଆମ୍ବପଡା ଫରେଷ୍ଟ ବିଟ ଲେଖି ଅର୍ଥ ଆତ୍ମସାତ କରିଛନ୍ତି l

ଗତକାଲି ଆମ୍ବପଡା ରୁ ଗ୍ରାମ କମିଟି ଏବଂ ଜଙ୍ଗଲ କମିଟିର ପ୍ରାୟ ତିରିଶ ଜଣ ମେମ୍ବର ରେଞ୍ଜ ଅଫିସରଙ୍କୁ ଏହି ବାବଦରେ ଅଭିଯୋଗ କରିବାକୁ ଆସିଥିବା ବେଳେ ଅଭିଯୋଗ ଶୁଣିବା ବଦଳରେ ସେ ସେମାନଙ୍କୁ ଅଶ୍ଳୀଳ ବ୍ୟବହାର କରିଥିଲେ l ଏଣୁ ବାଧ୍ୟ ହୋଇ ଏହି ନିରୀହ ଗ୍ରାମବାସୀ ମାନେ ସାମ୍ବାଦିକ ମାନଙ୍କୁ ଜଣାଇବାରୁ ସାମ୍ବାଦିକ ମାନେ ଏହି ବିଷୟରେ ଖବର ସଂଗ୍ରହ ପାଇଁ ରେଞ୍ଜ ଅଫିସରେ ପହଞ୍ଚି ଥିଲା ବେଳେ ରେଞ୍ଜ ଅଫିସର ସମସ୍ତ ଆଗରେ ଗ୍ରାମବାସୀ ମାନଙ୍କୁ ଜାତିଆଣ ଆକ୍ଷେପ କରିବାସହ ଗାଳିଗୁଲଜ କରିଥିଲେ l ସାମ୍ବାଦିକ ମାନେ ଏହି ବିଷୟରେ ପ୍ରତିବାଦ କରିବାରୁ ରେଞ୍ଜ ଅଫିସର ଧମକ ଦେଇ କହିଥିଲେ ଯେ ତୁମେ ମାନେ ମୋତେ ପଚାରିବାକୁ କିଏ l ଏଠୁ ଯିବେନା ମୋ ଷ୍ଟାଫ ତୁମମାନଙ୍କୁ ଧକାଦେଇ ବାହାର କରିବେ l

Advertisement

ପରେ ଘଟଣା ଓଡଗାଁ ଆଦର୍ଶ ଥାନା IIC ପୂର୍ଣଚନ୍ଦ୍ର ପଟାୟତ ଙ୍କ ନଜରକୁ ଆସିବା ପରେ ସେ ନିଜେ ଯାଇ ଘଟଣାର ସମାଧାନ କରିଥିଲେ l କିନ୍ତୁ ପରେ ଏହି ଦୁର୍ନୀତି ଗ୍ରସ୍ତ ରେଞ୍ଜ ଅଫିସର ଥାନାକୁ ଆସି ଚାରିଜଣ ସାମ୍ବାଦିକ ଙ୍କ ନାମରେ ମିଥ୍ୟା ଅଭିଯୋଗ କରିଥିଲେ l ଏହି ସାମ୍ବାଦିକ ମାନେହେଲେ ପ୍ରତିଦିନ ଖବରର ଅଭୟ ପଟ୍ଟନାୟକ, ସକାଳ ଖବରର ସାରସ ମିଶ୍ର, ସମ୍ବାଦର ସୁନୀଲ ପଟ୍ଟନାୟକ, ଏବଂ ନିତିଦିନର ଗଣେଶ୍ୱର ସାହୁ l ଆଜି ସାମ୍ବାଦିକ ମାନଙ୍କ ତରଫରୁ ଅଭୟ ପଟ୍ଟନାୟକ ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କଲାପରେ ଓଡଗାଁ ପୋଲିସ ରେଞ୍ଜ ଅଫିସରଙ୍କୁ ଥାନାକୁ ଡାକି ପଚରା ଉଚରା ଜାରି ରଖିଛି l

Leave a Reply

Your email address will not be published. Required fields are marked *