Pratidin TV

Odisha's Digital News Platform

ସମାଜକୁ ବାର୍ତ୍ତା ଦେବା ସହ ଉଭଣୀଙ୍କ ସ୍ୱପ୍ନ ପୂରଣ ପାଇଁ ନାଜିଆ ସାଜିଲେ ଆର୍ବଜନା ଗାଡିର ଚାଳକ..

1 min read

କେନ୍ଦ୍ରାପଡା: ଅଳିଆ ଆବର୍ଜ୍ଜନା ଗାଡ଼ି ଚଳାଉଛନ୍ତି ଜଣେ ଶିକ୍ଷିତ ଛାତ୍ରୀ, ନିଜେ ପାଠ ପଢ଼ିବା ସହ ଛୋଟ ଭଉଣୀ କିଭଳି ପଢ଼ିବେ ସେଥିପାଇଁ କରୁଛନ୍ତି ରୋଜଗାର । ପରିବେଶ ସ୍ୱଚ୍ଛ ରଖିବା ଓ ନିଜେ ଶିକ୍ଷିତ ହେବା ଲକ୍ଷ୍ୟରେ ସେ ଆରମ୍ଭ କରିଛନ୍ତି ଏଭଳି ଅଭିଯାନ ।ଆଜ୍‌ୟା ହଁ ଆରମେ କହୁଛୁ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଯାଇପୁରା ଗାଁ ର ଝିଅ ନାଜିଆ ଫିର୍ଦୋସଙ୍କ କଥା । ସେ ଯୁକ୍ତ୩ କଳାର ତୃତୀୟ ବର୍ଷ ର ଛାତ୍ରୀ ଅଟନ୍ତି । ସେ ନିକିରାଇ କଲେଜରେ ପାଠ ପଢୁଥିବା ବେଳେ ତାସହ କାମ ମଧ୍ୟ କରନ୍ତି । ତେବେ ସେ କୌଣସି ଅଫିସ କିମ୍ବା ସ୍କୁଲ କଲେଜରେ ନୁହେଁ ସେ ଗାଡି ଚାଳକ ଭାବେ କାମ କରୁଛନ୍ତି । ସେ ପୁଣି ଆବର୍ଜନା ବୁହା ଗାଡ଼ି । ଯାହକୁ ନେଇ ସେ ଏବେ ଚର୍ଚ୍ଚା ରହିଛନ୍ତି । ପରିବାର କହିଲେ ଘରେ ନାଜିଆ , ବାପା, ମା ଙ୍କୁ ଛାଡ଼ି ତାଙ୍କର ଆଉ ୩ଭଉଣୀ । ଘର ପରିସ୍ଥିତି ଭଲ ନଥିବାରୁ ୬ ପ୍ରାଣୀ କଷ୍ଟମଷ୍ଟେ ଦିନ କାଟୁଛନ୍ତି । ତେବେ ପାଠ ପଢିବା ପାଇଁ ଅର୍ଥ ଦରକାର ପଢୁଥିବା ବେଳେ ନିଜ ସହ ଭଉଣୀଙ୍କ ମଧ୍ୟ ଭଲ ଶିକ୍ଷା ଦେବାକ ପାଇଁ ସେ କାମ କରିବା ଆରମ୍ଭ କରିଥିଲେ । ଏଥିପାଇଁ ସେ ପୌର ସଂସ୍ଥା ପକ୍ଷରୁ ଆବର୍ଜନା ଗାଡ଼ି ଚଳେଇବା ସହ ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁ ଛନ୍ତି । ପରିସ୍ଥିତି ସହ ପରିବେଶକୁ ସଫାସୁତୁରା ରଖିବା ନିଶା ଥିବାରୁ ତାଙ୍କୁ ଏହି କାର୍ଯ୍ୟ ଆମବ ସନ୍ତୋଷ ଦେଉଛି ।

ଏଥିପାଇଁ ସେ ପ୍ରତ୍ୟେକ ଦିନ ଭୋରି ୪ ଟାରୁ ଉଠି ୧ ଘଣ୍ଟା ପାଠ ପଢି ସାରି ଅଳିଆ ଆବର୍ଜନା ଉଠାଇବାକୁ ଚାଲି ଯାଆନ୍ତି । ସକାଳୁ ତିନି ଘଣ୍ଟା ଏହି ଗାଡ଼ି ଚଳାଇ ଆବର୍ଜନା ସଂଗ୍ରହ କରିବା ପରେ ଏହାକୁ ଡମ୍ପିଂ ୟାର୍ଡ ରେ ପକାଇ ଘରକୁ ଫେରିଥାନ୍ତି । ଏହା ପରେ ସେ ପ୍ରସ୍ତୁତ ହୋଇ କଲେଜ କୁ ଜାଇଥାନ୍ତି । ଘର ପାଖରୁ ନିକିରାଇ କଲେଜ ୧୨ କିଲୋମିଟର ଯାଏଁ ସାଇକେଲରେ ଯାଇଥାନ୍ତି ନାଜିଆ । କଲେଜରୁ ଫେରି ଘର ପାଖ ବସନ୍ତି ସାହିର ପିଲା ମାନଙ୍କୁ ଟିଉସନ କରିବା ମଧ୍ୟ କରାଇଥାନ୍ତି । ଏହାପରେ ସେ ନିଜ ପାଠ ସହ ସାନ ଭଉଣୀମାନଙ୍କୁ ମଧ୍ୟ ପାଠ ପଢାଇଥାନ୍ତି । ମାଆଙ୍କ ଘର କାମରେ ବି ସେ ସାହାଯ୍ୟ କରିଥାନ୍ତି । ଅନ୍ୟ ପକ୍ଷରେ ନାଜିଆ ଜଣେ ମେଧାବୀ ଛାତ୍ରୀ ବୋଲି ତାଙ୍କ କଲେଜର ଅଧ୍ୟାପକ ଡ଼କ୍ଟର ହିମାଂଶୁ ଭୂଷଣ ପରିଡା କହିଛନ୍ତ ।

Advertisement

ନାଜିଆ ଏ ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ନାଜିଆର ସାନ ଭଉଣୀ ରାବୟା ଫର୍ଦୋଷ ମଧ୍ୟ ବିଭିନ୍ନ ଖେଳ ଓ ଦୌଡ଼ ରେ ବିଭିନ୍ନ ଅନୁଷ୍ଠାନରୁ ଏକାଧିକ ପଦକ ହାସଲ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି । ନାଜିଆ ର ଗୋଟି ସ୍ୱପ୍ନ ନିଜ ଭଉଣୀ ରାବୟା କୁ ପୋଲିସ କରିବେ ଓ ଅନ୍ୟ ଭେଉଣୀ ମାନଙ୍କୁ ମଧ୍ୟ ଶିକ୍ଷିତ କରିବା ଲକ୍ଷ ରେ ସେ କୌଣସି କାମକୁ ଛୋଟ କିମ୍ବା ବଡ଼ ଭବନ୍ତି ନାହିଁ । ତେବେ ଏପରି ଏକ ପରିବାର କୁ ଜିଲ୍ଲା ପ୍ରଶାସନ କେବେ ଓ କି ପ୍ରକାର ସାହାଯ୍ୟ କରୁଛି ତାହା ଖାଲି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *