Pratidin TV

Odisha's Digital News Platform

ପୁଣି ରିଆଙ୍କ ନାଁରେ ଗୁଜବ : ଖୋଲିପାରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ

1 min read

ନୂଆଦିଲ୍ଲୀ : ୨୦୨୦ ମସିହା ଜୁନ୍ ୧୫ ତାରିଖ ସୁଶାନ୍ତ ସିଂ ରାଜପୁତ ଙ୍କ ଫ୍ୟାନ୍ସ ଓ ପରିବାରଙ୍କ ପାଇଁ ଥିଲା କଳା ଦିନ । ତେବେ ସୁଶାନ୍ତଙ୍କ ମୃତ୍ୟୁ କୁ ୨ ବର୍ଷ ବିତିଯଅଇଥିଲେ ମଧ୍ୟ ଏଯାଏ ସଠିକ ଭାବରେ ଜଣଅପଡିନାହିଁ ତାଙ୍କ ମୃତ୍ୟୁ ଏକ ହତ୍ୟା କି ଆତ୍ମହତ୍ୟା । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ୰ହଙ୍କଗ୍ଦଗ୍ଧସମରଲକ୍ଟକ୍ସଗ୍ଦଙ୍କଗ୍ଦଷବଦ୍ଭଗ୍ଧ ଜୋର ଧରିଥିଲା । ସୂଚନାଯୋଗେ ସୁଶାନ୍ତ ଙ୍କ ମୃତ୍ୟୁ ମାମଲାଟି ଡ୍ରଗ୍ସ କେସ୍ ଆଡକୁ ଗତିକରିବା ଫଳରେ ୨୦୨୦ ସେପ୍ଟେମ୍ବର ରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା ।ପ୍ରାୟ ୧ ମାସ ଜେଲରେ ରହିବାପରେ ରିୟା ବେମ୍ବ ହାଇକୋର୍ଟରୁ ଜାମିନ ପାଇଥିଲେ ।


ଏଜେନ୍ସି ଦ୍ୱାରା ଦାଏର ଚାର୍ଜସିଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ହୋଇଥିବା ଯାଚଂରେ ରିୟା ,ତାଙ୍କ ଭାଇ ସୌଭିକ ଓ ଅନ୍ୟ ୩୪ ଜଣଙ୍କ ନା ସାମିଲ ଥିଲା ।ଗତ ମଙ୍ଗଳବାର ଏନସିବି ଅଭିନେତା ସୁଶାନ୍ତଙ୍କ ହତ୍ୟା ସହିତ ଜଡିିତ ନିଶା ପଦାର୍ଥ ସମ୍ବନ୍ଧୀୟ ମାମଲାରେ ଦାବି କରିଛି ଯେ ରିୟା ଏବଂ ତାଙ୍କ ଭାଇ ମିଶି ସୁଶାନ୍ତଙ୍କୁ ଗଞେଇ ଓ ଚରସ ଦଉଥିଲେ । ଏହି ସମ୍ପୂର୍ଣ୍ଣ ମାମଲାଟି ଏବେ ରିଆଙ୍କ ବିରୁଦ୍ଧରେ ହୋଇଯାଇଛି । ସୈଭିକ ଙ୍କ କହିବା ମୁତାବକ ସେ ଡ୍ରଗ୍ସ ରିୟାଙ୍କ କହିବା ଅନୁଯାୟୀ ହିଁ ଆଣୁଥିଲେ ଆଉ ଏହା ସହ ମଧ୍ୟ ଡିଲ୍ ରେ ରିୟାଙ୍କ କ୍ରେଡିଟ୍ କାର୍ଡର ବ୍ୟବହାର ହେଉଥିଲା ।

Advertisement


ଏବେ ଏନସିବି ଦାବି କରିଛି ଯେ , ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ନିଜ ଭାଇ ସୌଭିକ ଏବଂ ଅନ୍ୟ କେତେ ଜଣଙ୍କ ସହିତ ମିଶି ଡ୍ରଗ୍ସ କିଣୁଥିଲେ ଓ ସୁଶାନ୍ତଙ୍କୁ ମଧ୍ୟ ଦେଉଥିଲେ । ତେବେ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଦର୍ଶାଇଥିବା ବେଳେ ସିବିଆଇ ଏହି ଘଟଣାଟିର ତଦନ୍ତ କରୁଥିବାବେଳେ ,ଏନସିବି ଏହି ମାମଲାକୁ ଡ୍ରଗ୍ସ ମୋଡରୁ ଅନୁସନ୍ଧାନ କରୁଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପଛରେ କ’ଣ ରହିଛି ପ୍ରକୃତ କାରଣ ଏବଂ ଡ୍ରଗ୍ସ ସହ କଣ ରହିଛି ଏହାର କାରବାର ,ଏନେଇ ଯାଚଂ କରୁଛି ଏନସିବି ।

Leave a Reply

Your email address will not be published. Required fields are marked *