ବାଚସ୍ପତିକୁ ନେଇ ଚାଲିଛି ମାନସ ମନ୍ଥର, ରାଜନାଥ ସିଂ ଘରେ NDA ବୈଠକ
1 min readସରକାର ଗଠନ ପରେ ଗୋଟେ ପଟେ କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ରଣନୀତି ସମ୍ପର୍କରେ ଏକ ରାଉଣ୍ଡ ବୈଠକ ଚାଲିଛି | ରବିବାର ଦିନ ସଂସଦ ଅଧିବେଶନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ବଡ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ଜେପି ନଡ୍ଡା, ଅଶ୍ୱିନୀ ବୈଷ୍ଣବ, କିରଣ ରିଜିଜୁ, ଲାଲନ ସିଂ, ଚିରାଗ ପାସୱାନ ଉପସ୍ଥିତ ଥିଲେ | ପ୍ରଶ୍ନ ହେଉଛି ଏହି ବୈଠକର ଏଜେଣ୍ଡା ଏବଂ କାରଣ କ’ଣ ?
ଆସନ୍ତା ୨୬ ତାରିଖରେ ୧୮ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏବଂ ଇଣ୍ଡି ମେଣ୍ଟକୁ ଚେକ୍ ଦେବା ଭଳି ରଣନୀତି ପ୍ରସ୍ତୁତ କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।
ତେବେ ବିଜେପି ପକ୍ଷରୁ ବାଚସ୍ପତି ରେସ୍ରେ ରାଧାମୋହନ ସିଂହ, ଓମ୍ ବିର୍ଲା ଏବଂ ଦଗ୍ଗୁବତୀ ପୁରନ୍ଦେଶ୍ୱରୀଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ, ବିରୋଧୀ ଦଳ ଇଣ୍ଡି ମେଣ୍ଟ ପକ୍ଷରୁ ଉପବାଚସ୍ପତି ପଦ ପାଇଁ ଦାବି କରିଛି ।ଯଦି ଏଥିରେ NDA ସହମତି ନ ଦେଲେ ବି ମେଣ୍ଟ ନିଜ ଆଡୁ ବାଚସ୍ପତି ପାର୍ଥୀ ଙ୍କୁ ମଧ୍ୟ ମଇଦାନ କୁ ଓହ୍ଲାଇପାରେ ବୋଲି କୁହାଯାଉଛି |
ସେପଟେ ଟିଡିପି କହିଛି ଯେ ଶାସକ ଦଳ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବା ଉଚିତ। ବାଚସ୍ପତି ପଦ ପାଇଁ ନିର୍ବାଚନ ସମ୍ପର୍କରେ ଏନଡିଏ ସହଯୋଗୀମାନେ ଏକାଠି ବସିବେ ଏବଂ ବାଚସ୍ପତି ପ୍ରାର୍ଥୀ କିଏ ହେବେ ତାହା ସ୍ଥିର କରିବେ। ଥରେ ସହମତି ହୋଇଗଲେ, ଆମେ ସେହି ପ୍ରାର୍ଥୀ ଦେବୁ ଏବଂ ଟିଡିପି ସମେତ ସମସ୍ତ ସହଯୋଗୀ ପ୍ରାର୍ଥୀଙ୍କୁ ସମର୍ଥନ କରିବେ।